ନିଟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ତଥା ଡିଜେଲ ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କଲା ବିଜେଡି... ବରଗଡ଼,୧୭/୦୫(ବିଜୟ କୁମାର ସାହୁ) : ଦେଶରେ ବାରମ୍ବାର...
ନିଟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ତଥା ଡିଜେଲ ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କଲା ବିଜେଡି...
ବରଗଡ଼,୧୭/୦୫(ବିଜୟ କୁମାର ସାହୁ) : ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷା ର ପ୍ରଶ୍ନ ପତ୍ର ଲିକ୍ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ନିଟ୍ ପରୀକ୍ଷା ର ପ୍ରଶ୍ନ ପତ୍ର ଲିକ୍ ହୋଇଛି।
Ad..
ଏଥିରେ ଦେଶର ୨୨ ଲକ୍ଷ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର କୁ ଠେଲି ହୋଇ ଯାଇଛି ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅପାରଗତା ଯୋଗୁଁ ଏଭଳି ଘଟଣା ଘଟିଥିବାରୁ ବରଗଡ଼ ବିଜେଡି ପକ୍ଷରୁ ଏହି ଘଟଣା କୁ ଦୃଢ଼ ନିନ୍ଦା କରାଯିବା ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ଇସ୍ତଫା ଦାବି କରାଯାଇଛି।
Ad..
ଏଥି ସହିତ ଦେଶ ରେ ଡିଜେଲ ପେଟ୍ରୋଲ ଓ ଜାଳେଣି ଗ୍ୟାସ ର ସଙ୍କଟ ତଥା ଅହେତୁକ ଦର ବୃଦ୍ଧି ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକ ଙ୍କୁ ଏହି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବା ରେ ବିଫଳ ହେବା ସହ ସାଧାରଣ ଜନତା ଙ୍କ ଉପରେ ଦର ବୃଦ୍ଧି ବୋଝ ଲଦି ଦେଇଥିବା ପ୍ରତିବାଦ ରେ...
Ad..
ବରଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ,ଜିଲ୍ଲା ଛାତ୍ର ବିଜେଡି ସଭାପତି କରନ ସିକନ୍ଦର ଙ୍କ ତତ୍ବାବଧାନରେ ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ବ ରେ ବରଗଡ଼ ଗାନ୍ଧୀ ଛକ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ପେଟ୍ରୋଲିୟମ୍ ମନ୍ତ୍ରୀ ହର ଦୀପ ସିଂ ପୁରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଅପାରଗ କେନ୍ଦ୍ର ସରକାର ବିରୋଧ ରେ ଦୃଢ଼ ପ୍ରତିବାଦ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବରଗଡ଼ ପୌର ଅଧ୍ୟକ୍ଷା କଳ୍ପନା ମାଝୀ , ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ,ରାଜ୍ୟ ଯୁବ ବିଜେଡି ଉପ ସଭାପତି ଅମର ନାଥ ଭୋଇ,ବିଜେଡି ଜିଲ୍ଲା ଉପ ସଭାପତି କିଶୋର ମିଶ୍ର ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଚନ୍ଦନ ଗୁପ୍ତା...
ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଆଲୋକ ପ୍ରଧାନ ରାଜ୍ୟ ଯୁବ ବିଜେଡି ଉପ ସଭାପତି ସୁବ୍ରତ ସିଂ ବରଗଡ଼ ଟାଉନ ବିଜେଡି ସଭାପତି ଅନୁପ ସତପଥି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା , ଉମା ଚରଣ ରାଉତ କମଳ ତାଣ୍ଡି,ସୁନନ୍ଦା ପଣ୍ଡା,ଜ୍ୟୋତ୍ସ୍ନା ପାଇକ,ଶୈଳେଶ ନାୟକ...
ଅବିନାଶ ମଲ୍ଲିକ,ନିର୍ମଳ କୁଅଁର,ଉପେନ୍ଦ୍ର ମହାପାତ୍ର,ମହେଶ ଗଡ଼ତିଆ, ଖିତେଶ୍ୱର୍ କୁମ୍ଭାର ,ସମୀର ବାରିକ,ଏମ ଡି ଜମିର ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡି କର୍ମୀ କେନ୍ଦ୍ର ସରକାର ଙ୍କ ବିରୁଦ୍ଧାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନ ମନ୍ତ୍ରୀ ଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ।
Edited by k.s thakur...





No comments