Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ନବରଙ୍ଗପୁର-ଜୟପୁର ରେଳ ଲାଇନ୍ ଜମି ଅଧିଗ୍ରହଣ ସହ କାମ ପାଇଁ ହେବ ଟେଣ୍ଡର...

ନବରଙ୍ଗପୁର-ଜୟପୁର ରେଳ ଲାଇନ୍ ଜମି ଅଧିଗ୍ରହଣ ସହ କାମ ପାଇଁ ହେବ ଟେଣ୍ଡର... ନବରଙ୍ଗପୁର,୧୭/୦୫ (ନି.ପ୍ର) :  କେନ୍ଦ୍ର ସରକାରଙ୍କ ମହତ୍ବାକାଂକ୍ଷୀ ସ୍ବତନ୍ତ୍ର ରେଳପ୍ର...

ନବରଙ୍ଗପୁର-ଜୟପୁର ରେଳ ଲାଇନ୍ ଜମି ଅଧିଗ୍ରହଣ ସହ କାମ ପାଇଁ ହେବ ଟେଣ୍ଡର...


ନବରଙ୍ଗପୁର,୧୭/୦୫ (ନି.ପ୍ର) : କେନ୍ଦ୍ର ସରକାରଙ୍କ ମହତ୍ବାକାଂକ୍ଷୀ ସ୍ବତନ୍ତ୍ର ରେଳପ୍ରକଳ୍ପ ହେଉଛି ନବରଙ୍ଗପୁର-ଜୟପୁର ରେଳଲାଇନ୍। ଏବେ ପ୍ରକଳ୍ପ ପାଇଁ ଗୋଟିଏ ପଟେ ଜମି ଅଧିଗ୍ରହଣକୁ ଜୋର କରିବା ସହ ଆମ୍ବାଗୁଡା ରୋଡରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଏବଂ...

Ad..


ଟ୍ରାକ ବିଛାଇବା ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଣ ପାଇଁ ୭୦୦କୋଟିର ଟେଣ୍ଡର ପ୍ରକ୍ରିୟା ଆସନ୍ତା ୨ମାସ ମଧ୍ୟ ହେବ ବୋଲି କହିଛନ୍ତି ପ୍ରକଳ୍ପ ଦାୟିତ୍ବରେ ଥିବା ରେଳବିଭାଗର ସହକାରୀ ନିର୍ମାଣ ଯନ୍ତ୍ରୀ ଚେଟୀ ମାଣିକେଶ୍ବର ରାଓ। 

    Ad..


ଜମି ଅଧିଗ୍ରହଣ ଆସନ୍ତା ଦୁଇ ମାସ ମଧ୍ୟରେ ସାରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଏହି ପ୍ରକଳ୍ପ ଜମିଅଧିଗ୍ରହଣ ସଂଯୋଜକ ମନୋଜ ମହାନ୍ତି।ପୂର୍ବରୁ ହୋଇଥିବା ୧୫୦କୋଟିର ଟେଣ୍ଡର କ୍ରମରେ ଇନ୍ଦ୍ରାବତୀ ନଦୀ ଉପରେ ୩୫କୋଟିରେ  ୭ଟି ସ୍ପାନ ସହ ବ୍ରିଜ୍ ନିର୍ମାଣ କାମ ଜାରୀ ରହିଛି। 

    Ad..


ଠିକା ସଂସ୍ଥା ପକ୍ଷରୁ ଆମ୍ବାଗୁଡା ରୋଡରୁ ନବରଙ୍ଗପୁର ମଧ୍ୟରେ ହେବାକୁ ଥିବା ଇନ୍ଦ୍ରାବତୀ ପ୍ରକଳ୍ପ ଉପରର ବ୍ରିଜ୍ ସହ ଆଉ ୩୫ଟି ଛୋଟ ବଡ ବ୍ରିଜ୍ ଓକଲଭର୍ଟ କାମ ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଇଂ.ରାଓ।

ବିଜେଡି ସରକାର ଅମଳରେ ବାରମ୍ବାର ସ୍ବତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ, ଆରଆଇ, ଅମିନ୍ ଭଳି କର୍ମଚାରୀ ନିଯୁକ୍ତି ବିଳମ୍ବ ପାଇଁ ସମୟ ଗଢ଼ି ଚାଳିଥିଲା। ଏପରିକି ବୋରିଗୁମ୍ମା ନିକଟରେ ଜନବସତି ନିକଟରୁ ରେଳଲାଇନ୍ ଯାଉଥିବାରୁ ଏହାକୁ ବଦଳାଇବାକୁ ବି ଅଂଚଳବାସୀ ଦାବି କରିଥିଲେ। 

ଏହିପରି ସମୟ ଗଢ଼ି ଗଢ଼ି ୧୦ବର୍ଷରେ ପହଞ୍ଚିଛି। ୪୪.୧୪‌ କିଲୋ ମିଟର ରେଳଲାଇନ୍ ପାଇଁ ବିଳମ୍ବ ଯୋଗୁଁ ଗତ ୧୦ବର୍ଷରେ ପ୍ରକଳ୍ପ ୭୫୦ରୁ ୧୫୦୦କୋଟିରେ ପହଚିଂଛି। ତେବେ ନୂଆ ସରକାର ଆସିବାର ଦୁଇ ବର୍ଷ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦୀର୍ଘ ୧୦ବର୍ଷ ପରେ ଗତ ମାର୍ଚ୍ଚ ୧୭ତାରିଖ ଦିନ ଜମି ଅଧିଗ୍ରହଣ ନିଅ ପଡିଥିଲା। 

ଏହି ପ୍ରକଳ୍ପ ପାଇଁ ଡାଇଭଟା ମୌଜାର ୮ଜଣ ୬.୩୯୩ ଏକର ଜମି ହରାଇଥିବା ବ୍ୟକ୍ତିଙ୍କୁ ମୋଟ ୨୪ କୋଟି ୫୭ ଲକ୍ଷ ୬୮ ହଜାର ୮୧୩ ଟଙ୍କାର ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି। 

ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଗତ ମେ’ମାସ ଦୁଇ ତାରିଖ ଦିନ କେଶରୀଗୁଡା ମୌଜାର ୧୪ଜଣ ୨୯.୨୧୫ଏକର ଜମି ହରାଇଥିବା ବ୍ୟକ୍ତିଙ୍କୁ ୭୦କୋଟି ୪୮ଲକ୍ଷ ୩୬ହଜାର, ୬୬୩ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଏହି ପ୍ରକଳ୍ପ ପାଇଁ ନନ୍ଦାହାଣ୍ଡି ତହସିଲର ଡାଇଭଟା ମୌଜାରୁ ୧୪.୬୬୬ଏକର, ନୂଆଗୁଡାରୁ ୪୦.୧୯୦ଏକର, ସିନ୍ଧିଗୁଡାର ୧୭.୮୭୬ଏକର, ଗାଧବାଗୁଡାର ୩୫.୮୧୫ଏକର, ନବରଙ୍ଗପୁର ତହସିଲର କେଶରୀଗୁଡାର ୨୯.୨୧୫ଏକର  ଓ ନବରଙ୍ଗପୁର ମୌଜାରୁ ୬.୯୮୧ ଏକର ଏଭଳି ୧୪୫.୬୪୩ଏକର ରେଳଲାଇନ୍ ପାଇଁ ଜମି ଯିବ। 

ଏଥିରୁ ଦୁଇଟି ମୌଜା ନବରଙ୍ଗପୁର ଓ କେଶରୀଗୁଡାରୁ ଜମି ଅଧିଗ୍ରହଣ ହୋଇଛି। ଦେଶ ସ୍ବାଧୀନତା‌ର ଏତେ ବର୍ଷ ପରେ ପ୍ରକଳ୍ପ ସାକାର ହୋଇଛି। ଦେଶସେବାରେ ଉଦବୃଦ୍ଧ ହୋଇ ଜମି ପ୍ରଦାନ କରିଥିବା ବ୍ୟକ୍ତିଙ୍କ ଯୋଗୁଁ ଜିଲ୍ଲାର ଗମନାଗମନର ବିକାଶ, ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହ ବିଶ୍ବ  ରେଳ ମାନଚିତ୍ରରେ ନବରଙ୍ଗପୁର ସ୍ଥାନ ପାଇବ ବୋଲି କହିଛନ୍ତି ସାଂସଦ ଇଂ.ବଳଭଦ୍ର ମାଝୀ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର, ନବରଙ୍ଗପୁର-ଜୟପୁର ଏବଂ ମାଲକାନଗିରି-ଭଦ୍ରାଚଳମ ମୋଟ ୪୬୦ କିମି ସ୍ୱାଧୀନ ଭାରତର ଦ୍ୱିତୀୟ ବୃହତ୍ତମ ରେଳପଥ ପ୍ରକଳ୍ପ ଅଟେ ଏବଂ ଏହା ୨୦୨୯ -୩୦ମସିହା ସୁଦ୍ଧା  ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସାଂସଦ ଇଂ.ମାଝୀ।



Edited by k.s thakur...

No comments