Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ; କଣ୍ଟାବାଞ୍ଜିରେ ୧୨ରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ...

ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ;  କଣ୍ଟାବାଞ୍ଜିରେ  ୧୨ରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ... କଣ୍ଟାବାଞ୍ଜି,୧୦/୦୫(ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟା...

ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ; କଣ୍ଟାବାଞ୍ଜିରେ ୧୨ରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ...


କଣ୍ଟାବାଞ୍ଜି,୧୦/୦୫(ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଯୋଜକ ରୂପେଶ ବେହେରା ସୂଚନା ଦେଇଛନ୍ତି ଯେ ଆସନ୍ତା ୧୨ ତାରିଖରେ ସ୍ଥାନୀୟ ‘ଜିଆର ପ୍ୟାଲେସ’ ଠାରେ ଦଳ ପକ୍ଷରୁ  ଜିଲ୍ଲା ସ୍ତରୀୟ ଯୁବ ସମାବେଶର ଆୟୋଜନ କରାଯିବ।

    Ad..


ଏହି ସମାବେଶରେ ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ମହମ୍ମଦ ମୁକିମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟର ଯୁବ ନେତୃତ୍ୱ ଓ ସଂଗଠନକୁ ସୁଦୃଢ଼ କରିବା ନେଇ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

     Ad..


ଏହି ସମାବେଶରେ ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଯୁବକ ସାମିଲ ହେବାର ଅନୁମାନ କରାଯାଉଛି।ଯୁବ ଶକ୍ତିକୁ ଏକଜୁଟ କରି ଆଗାମୀ ରଣନୀତି ପ୍ରସ୍ତୁତ କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଗୁପ୍ତେଶ୍ୱର ବେହେରା ଓ ଯୁବ ସଂଗଠକ ଅରୁଣ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ସମାବେଶର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।



Edited by k.s thakur...

No comments