ମୁରିବାହାଲ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ... ମୁରିବାହାଲ,୦୯/୦୫(ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶ...
ମୁରିବାହାଲ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ...
ମୁରିବାହାଲ,୦୯/୦୫(ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ସମାଜ ଓ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାମାଜିକ ଓ ସାଇବର ଅପରାଧର ସମ୍ମୁଖୀନ ହେଉଥିବାବେଳେ...
Ad..
ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପରିସରରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲର ଛାତ୍ରୀମାନେ ସେମାନଙ୍କର ଦିଦିମାନଙ୍କ ସହିତ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ମହିଳା ଓ ଶିଶୁମାନେ ସମାଜରେ ଯେଉଁ ପ୍ରକାରର ସମସ୍ୟାଗୁଡିକୁ ସାମ୍ନା କରୁଛନ୍ତି ସେ ଗୁଡିକର ନିରାକରଣ କିପରି ହେବ।
Ad..
ଦୁନିଆରେ ଯେତେ ପ୍ରକାର ସାଇବର କ୍ରାଇମ୍ ହେଉଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଏହାର କିପରି ସମାଧାନ ହେବ ତାହାର ଉପାୟ ବତାଇ ଦିଆଯାଇଥିଲା। ଶିଶୁ ଓ ମହିଳାମାନେ ପୋଲିସ ସହିତ କିଭଳି ବିନା ସଂକୋଚରେ ମିଶିପାରିବେ ଓ ତାଙ୍କର କୌଣସି ସମସ୍ୟା ହେଲେ ନିଃସଙ୍କୋଚରେ କହିପାରିବେ ସେ ବିଷୟରେ ଅବଗତ କରାଯାଇଥିଲା।
Ad..
ପ୍ରଥମେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଭିସି ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମସ୍ତଙ୍କୁ ଉଦବୋଧନ ଦେବା ସହ ସଚେତନ କରେଇ ଧନ୍ୟବାଦ ଦେଇଥିଲେ ।
Ad..
ଏହାପରେ ସମସ୍ତ ଛାତ୍ରୀମାନଙ୍କୁ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ଅନଲାଇନ୍ ମାଧ୍ୟମରେ ହେଉଥିବା ଠକେଇଗୁଡିକୁ ଦେଖେଇ ଶିକ୍ଷା ଦିଆଯାଇଥିଲା। ସମସ୍ତ ଛାତ୍ରୀମାନଙ୍କୁ ଥାନାର ବିଭିନ୍ନ ପ୍ରକୋଷ୍ଠ ପରିଦର୍ଶନ କରାଯାଇଥିଲା।
ପରେ ବଲାଙ୍ଗିର ସାଇବର ଥାନା ଆଇଆଇସି ଦୁନିଆରେ ହେଉଥିବା ବିଭିନ୍ନ ସାଇବର୍ କ୍ରାଇମ୍, ସୋସିଆଲ ମିଡ଼ିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଅନଲାଇନ୍ ଠକେଇ ଓ ଶିଶୁ ନିର୍ଯ୍ୟାତନା ବାବଦରେ ଅବଗତ ଓ ତାର ନିରାକରଣ ସମ୍ପର୍କରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ସବଇନସ୍ପେକ୍ଟରଙ୍କ ସହ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।
Edited by k.s thakur...






No comments