ଡାବୁଗାଁ ହାଜତ ମୃତ୍ୟୁ ମାମଲା: ଥାନା ଅଧିକାରୀ ନିଲମ୍ବିତ... ନବରଙ୍ଗପୁର,୧୦/୦୫(ନି.ପ୍ର) : ଗତ ୨୮ତାରିଖ ଅର୍ଦ୍ଧରାତ୍ରରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତ...
ଡାବୁଗାଁ ହାଜତ ମୃତ୍ୟୁ ମାମଲା: ଥାନା ଅଧିକାରୀ ନିଲମ୍ବିତ...
ନବରଙ୍ଗପୁର,୧୦/୦୫(ନି.ପ୍ର) : ଗତ ୨୮ତାରିଖ ଅର୍ଦ୍ଧରାତ୍ରରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତ ମଧ୍ୟରେ ଥିବା ଶୌଚାଳୟରେ ବେକରେ ଚାଦର ଲଗାଇ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଡାବୁଗାଁ ଥାନା ଅଞ୍ଚଳା ଗ୍ରାମର ପୂର୍ଣ୍ଣ କଲାର (୨୩) ଆତ୍ମହତ୍ୟା କରିଥିଲେ।
Ad..
ଘଟଣାକୁ ନେଇ ରାସ୍ତାରୋକ ସହ ଥାନା ଉପରକୁ ପଥର ମାଡ଼ ହୋଇଥିଲା। ଏହି ମାମଲାକୁ ନେଇ ଏସପି ମଡକର ସନ୍ଦୀପ ସମ୍ପତ ପୂର୍ବରୁ ଡିସିଓ ବିକ୍ରମ ସାହୁ, ଓଏପିଏଫ୍ ବୁଧୁରାମ ମାଝୀ, କର୍ଣ୍ଣ ପୂଜାରୀଙ୍କୁ ନିଲମ୍ବିତ କରିଥିଲେ।
Ad..
ଏହି ମାମଲାରେ ଏବେ ପୁଲିସ ଡିଜି ୱାଇବି ଖୁରାନିଆ ଥାନା ଅଧିକାରୀ ରଘୁନାଥ ମାଝୀଙ୍କୁ ନିଲମ୍ବିତ କରିଛନ୍ତି।ଶ୍ରୀ ମାଝୀ କର୍ତ୍ତବ୍ୟରେ ଅବହେଳା ପାଇଁ ଏବଂ ଅଧିକ ତଦନ୍ତ ପାଇଁ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରାଯାଉଛି ବୋଲି ଡିଜିପିଙ୍କ ଚିଠିରେ ଉଲ୍ଲେଖ ରହିଛି।
Ad..
ଜନସେବାର ସ୍ୱାର୍ଥ ପାଇଁ ସମୀଚୀନ ବୋଲି ବିବେଚନା କରାଯାଉଛି। ତେଣୁ ଡିଜିପି ପିଏମଆର-୧୯୪୦ ନିୟମ ୮୪୦ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ନିଲମ୍ବନ କରିଥିବା ଦର୍ଶାଇଛନ୍ତି।
ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ, ସେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି କୋରାପୁଟଙ୍କ ନିକଟରେ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ବୋଲି ଦର୍ଶାଯାଇଛି।
Edited by k.s thakur...





No comments