ଗୋରୁ ଚାଲାଣ ବେଳେ ଚଢାଉ ; ୩ ଗିରଫ, ୨ଟି ଗାଡି ଜବତ୍... ଆଠଗଡ,୧୦/୦୫(ନି.ପ୍ର): କଟକ ଜିଲ୍ଲା ଆଠଗଡ ପୁଲସ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ପେଟ୍ରୋଲିଂ ଚାଲିଥିବା ...
ଗୋରୁ ଚାଲାଣ ବେଳେ ଚଢାଉ ; ୩ ଗିରଫ, ୨ଟି ଗାଡି ଜବତ୍...
ଆଠଗଡ,୧୦/୦୫(ନି.ପ୍ର): କଟକ ଜିଲ୍ଲା ଆଠଗଡ ପୁଲସ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ପେଟ୍ରୋଲିଂ ଚାଲିଥିବା ବେଳେ ସୂଚନା ପାଇ ଵେଣ୍ଟପଦା ଗ୍ରାମରେ ବେଆଇନ ଗୋରୁ ଚାଲାଣ ହେଉଥିବା ଗାଡି ଜବତ କରିଥିଲେ।
Ad..
ପୁଲିସ ସଂପୃକ୍ତ ଗାଡିରୁ ୫ଟି ଗାଇଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଗୋରୁ ଚାଲାଣ ପାଇଁ ବ୍ୟବହୃତ ଓଡି୦୫ ସିଇ୧୯୧୩ ପିକଅପ୍ ଭ୍ୟାନ ଓ ପାଇଲଟଙ୍ଗ୍ ପାଇଁ ବ୍ୟବହୃତ ଓଡି୦୫ ଵିୟୁ୨୮୪୬ ନଂ ବିଶିଷ୍ଟ ଏକ କାରକୁ ଜବତ କରାଯାଇଛି।
Ad..
ଏହି ଘଟଣାରେ ସଂପୃକ୍ତ ୩ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ଦରଘାଵଜାର ଥାନା କଦମରସୁଲ ଅଞ୍ଚଳର ସହନୱାଜ୍ ଖାନ (୩୦), ଲାଲବାଗ ଥାନା ସୂତାହାଟ ଅଞ୍ଚଳର ଶେକ୍ ସଵିର୍(୩୨) ଓ ବେଣ୍ଟପଦା ଗ୍ରାମର ଗୋପାଳ ରାଉତ(୪୦)।
Ad..
ଉଦ୍ଧାର ଗାଇ ମାନଙ୍କ ମଧ୍ୟରୁ ୩ଟି ଗାଇକୁ ସେହି ବେଣ୍ଟପଦା ଗ୍ରାମର ଶ୍ରୀକାନ୍ତ ବେହେରାଙ୍କୁ ଜିମା ଦିଆଯାଇଥିବା ବେଳେ ଅବଶିଷ୍ଟ ୨ଟି ଗାଇଙ୍କୁ ଚୌଦ୍ଵାର ଥାନା ମଙ୍ଗରାଜପୁର ନନ୍ଦଗ୍ରାମ ଗୋସେଵା ଆଶ୍ରମରେ ଛାଡି ଦିଆଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି।
Edited by k.s thakur...





No comments