Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ସବ୍‌ ଟ୍ରେଜେରିର ବରିଷ୍ଠ କିରାଣିଙ୍କ ନେତୃତ୍ବରେ ୫ ବର୍ଷରେ ଖାଇଗଲେ ୮ କୋଟି ଟଙ୍କା...

ସବ୍‌ ଟ୍ରେଜେରିର ବରିଷ୍ଠ କିରାଣିଙ୍କ ନେତୃତ୍ବରେ ୫ ବର୍ଷରେ ଖାଇଗଲେ ୮ କୋଟି ଟଙ୍କା... ଭଦ୍ରକ,୧୧/୦୫ (ନି.ପ୍ର) :   ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ସସ୍ଟ୍ରେଜେରି...

ସବ୍‌ ଟ୍ରେଜେରିର ବରିଷ୍ଠ କିରାଣିଙ୍କ ନେତୃତ୍ବରେ ୫ ବର୍ଷରେ ଖାଇଗଲେ ୮ କୋଟି ଟଙ୍କା...


ଭଦ୍ରକ,୧୧/୦୫ (ନି.ପ୍ର) : ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ସସ୍ଟ୍ରେଜେରିରେ ଦୀର୍ଘ ୫ ବର୍ଷ ଧରି ଚାଲିଥିବା ପ୍ରାୟ ୮ କୋଟି ଟଙ୍କାର ବଡ଼ଧରଣର ଆର୍ଥିକ ହେରଫେରର ଗୁମର ଧୀରେ ଧୀରେ ଖୋଲୁଛି। 

Ad..


ଏହି  କଳେଙ୍କାରୀର ମୁଖ୍ୟ କୁହାଯାଉଥିବା ତଥା ଚାନ୍ଦବାଲି ସସ୍ଟ୍ରେଜେରିର ନିଲମ୍ବିତ ମୁଖ୍ୟ କିରାଣି ସନ୍ତୋଷ ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହାସହ ଅନ୍ୟ ୫ ଜଣ ସହାୟକ- ଶିବ ଶକ୍ତର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ୍ଲ କୁମାର ରାଉତ, ସନ୍ଦୀପ କୁମାର ମିତ୍ର, ଅଭୟ କୁମାର ପଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। 

    Ad..


ସେମାନଙ୍କ ବିରୋଧରେ ପିସି ଆଇନର ଧାରା ୧୩(୨) ଓ ୧୩(୧)(କ), ଆଇପିସିର ଧାରା ୪୦୬, ୪୦୯, ୪୬୭, ୪୬୮, ୪୭୧, ୪୭୭, ୧୨୦-ଖରେ ମାମଲା ରୁଜୁ କରାଯାଇଛି। ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ନିଲମ୍ବିତ କିରାଣି ପଣ୍ଡାଙ୍କ  ଆୟବହିର୍ଭୁତ ସମ୍ପତ୍ତି ଠାବ କରିବାକୁ  ବିଭିନ୍ନ ସ୍ଥାନରେ  ଚଢ଼ଉ କରାଯାଇଥିଲା। 

    Ad..


କଟକ, ବାଲେଶ୍ବର ଏବଂ ଭଦ୍ରକ ଭିଜିଲାନ୍ସ ମିଳିତ ଟିମ୍ ତିହିଡ଼ି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଆରସା ଏବଂ ଭଦ୍ରକ ବାଇପାସ୍ ନିକଟରେ ଥିବା ସନ୍ତୋଷଙ୍କ ନବନିର୍ମିତ ଘରେ ଚଢ଼ାଉ କରିଥିଲା। ଖୋଳତାଡ଼ ପରେ ବହୁ ଗୁରୁତ୍ବପୂର୍ଣ ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। 

ଦୁର୍ନୀତିର ପରିମାଣ ୮ କୋଟି ଟପିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି।ନିଲମ୍ବିତ ହୋଇଥିବା ମୁଖ୍ୟ କିରାଣି ଶ୍ରୀପଣ୍ଡା ପୂର୍ବରୁ ଭଦ୍ରକ ସବ୍‌ସ୍ଟ୍ରେଜେରିରେ ଥିଲେ। ପରେ ତିହିଡ଼ି ଓ ଚାନ୍ଦବାଲି ସବ ଟ୍ରେଜେରିକୁ ତାଙ୍କର ବଦଳି ହୋଇଥିଲା। 

ଏସବୁ ସବ୍‌ ଟ୍ରେଜେରିରେ କେହି ଅଧିକାରୀ ନଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇ ଫାଇଲ୍ ଚାଷ ଚାଲିଥିଲା। ଅଧିକାରୀମାନେ ଆଖୁବୁଜି ମୁଖ୍ୟ କିରାଣିଙ୍କ ଫାଇଲ୍‌ରେ ଦସ୍ତଖତ କରୁଥିଲେ। ଏହାର ଫାଇଦାରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଥିଲା । 

ବର୍ତ୍ତମାନ ସୁଦ୍ଧା ଆକଳନରେ  ୨୫ ଜୁଲାଇ ୨୦୧୮ରୁ ୪ ମଇ ୨୦୨୩ ମଧ୍ୟରେ ୧୦୨ଟି ମିଥ୍ୟା/ଜାଲ ବିଲ୍‌ ଜରିଆରେ ୮ କୋଟି ୪ଲକ୍ଷ ୭୬ ହଜାର ୧୪୬ଟଙ୍କା ଆତ୍ମସାତ ହୋଇଥିବା ଜଣାଯାଇଛି।  ବିନା ସମୀକ୍ଷାରେ ମନଇଚ୍ଛା ଦସ୍ତଖତ କରିଥିବା ଅଭିଯୋଗରେ ଚାନ୍ଦବାଲିର ପୂର୍ବତନ ତହସିଲଦାର ସୁଶାନ୍ତ ସୂତାରଙ୍କୁ ନିକଟରେ ସରକାର ନିଲମ୍ବିତ କରିଥିଲେ। 

ଚାନ୍ଦବାଲି ସବ୍‌ ଟ୍ରେଜେରିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥୁବା ସ୍ପଷ୍ଟ ହେବା ପରେ ଭିଜିଲାନ୍ସ ଟିମ୍ ତନାଘନା ଆରମ୍ଭ କରିଥିଲା। କିନ୍ତୁ ୬ ମାସ ତଳେ ନିଲମ୍ବିତ ହୋଇଥିବା ଚତୁର କିରାଣି ନିଜ ଆକାଉଣ୍ଡ୍‌ରେ ସମ୍ପତ୍ତି ରଖୁନଥିଲେ। 

କିନ୍ତୁ ସନ୍ଦେହ ଏଡ଼ାଇବାକୁ ଆରସା, ପାଳିଆ ଓ ଭଦ୍ରକର ୨୯ ଜଣଙ୍କ ଜମାଖାତାକୁ ସରକାରୀ ଅର୍ଥ ଟ୍ରାନ୍ସଫର୍ କରିଛନ୍ତି।୨୦୦୯ରୁ ୨୦୨୪ ମଧ୍ୟରେ ସବ୍‌ ଟ୍ରେଜେରି ବ୍ୟାପକ ଏକ ଦୁର୍ନୀତି ହୋଇଛି। ସଷ୍ଟ୍ରେଜେରିକୁ ଯାଉଥିବା ବିଭି ବିଭିନ୍ନ ସରକାରୀ ଫାଇଲ୍ ଅର୍ଥକୁ ଅତି ଚତୁରତାର ସହ ନିଜର ଚିହ୍ନା ପରିଚିତଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍ କରାଯାଇଛି। 

ଜଣ ଜଣଙ୍କ ଆକାଉଣ୍ଟ୍‌କୁ ୫ ଲକ୍ଷରୁ ୩୦ ଲକ୍ଷ ଯାଏ ଟଙ୍କା ଟ୍ରାନ୍ସଫର ହୋଇଛି। ଆଜି ଭିଜିଲାନ୍ସର ଡେପୁଟି ଡାଇରେକ୍ଟର ଆଶୁତୋଷ ପାଇକରାୟ ଅନେକ ତଥ୍ୟ ସହ ଏକ ପ୍ରେସ୍‌ ରିଲିଜ ପ୍ରଦାନ କରିଛନ୍ତି । ଏହି ଦୁର୍ନୀତିରେ ଯେଉଁମାନେ ସଂପୃକ୍ତ ସେହି ସବୁ ଅଭିଯୁକ୍ତ ଓ ମୁଖ୍ୟ ଅଭିଯୁକ୍ତଙ୍କ  ଫଟୋ ସହ  ସେମାନଙ୍କର କଳା କାରନାମାର ଗୁମର ଖୋଲୁଛି ଭିଜିଲାନ୍ସ।



Edited by k.s thakur...

No comments