ବରଗଡ଼ ଜିଲ୍ଲା ର ଅଧିକାଂଶ ସ୍ଥାନରେ ଝଡ଼ ତୋଫାନ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ... ବରଗଡ଼,୧୦/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷ...
ବରଗଡ଼ ଜିଲ୍ଲା ର ଅଧିକାଂଶ ସ୍ଥାନରେ ଝଡ଼ ତୋଫାନ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ...
ବରଗଡ଼,୧୦/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଯାଇଛି। ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହେବା ସହ ପନିପରିବା ପ୍ରଭାବିତ ହୋଇଛି।
Ad..
ବିଭିନ୍ନ ସ୍ଥାନରେ ପନିପରିବା ଅମଳ ଧାନ ଭିଜି ଯାଇଛି। ସେହିପରି କ୍ଷେତରେ ଧାନ ଫସଲ ଜମିରେ ନଷ୍ଟ ହୋଇଯାଇଛି।ଅମଳ ସମୟରେ ଏଭଳି ଝଡ଼ବର୍ଷା ଚାଷୀମାନଙ୍କ ଦୁଃଖ ବଢାଇ ଦେଇଛି।
Ad..
ବିଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ଥିବାବେଳେ ରାସ୍ତା ଅବରୋଧ ହୋଇ ପଡିଥିବା ସୂଚନା ମିଳିଛି। ବରଗଡ଼ ସହର ଗୁରୁଦ୍ୱାରା ଛକରେ ଏକ ଗଛ ଉପୁଡି ଯାଇ ରାସ୍ତା ଉପରେ ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Ad..
ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ମଧ୍ୟ ପ୍ରଭାବିତ ହୋଇଛି । ବିଦ୍ୟୁତ୍ ସରବରାହ ବନ୍ଦ ଥିବା ଯୋଗୁଁ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡିଛି ।
ଗୋଟିଏ ପଟେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନ୍ୟ ପଟେ ପ୍ରବଳ ଗରମ ଓ ପାନୀୟ ଜଳ ସମସ୍ୟା ଜିଲ୍ଲା ର ଜନସାଧାରଣ ଙ୍କୁ ଅତିଷ୍ଠ କରୁଛି।
Edited by k.s thakur...





No comments