ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ... ତୁରେକେଲା,୧୦/୦୫(ନି.ପ୍ର): ଓଡ଼ିଶା ସରକାରଙ୍କ ଅଭିନବ ପ୍ର...
ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ...
ତୁରେକେଲା,୧୦/୦୫(ନି.ପ୍ର): ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସରେ ଆଜି ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଥାନା ଅଧିକାରୀ ରାକେଶ ବେହେରାଙ୍କ ତତ୍ତ୍ଵାଧାନରେ ଅନୁଷ୍ଠିତ ଏହି ସଚେତନ କାର୍ଯ୍ୟକ୍ରମରେ ମହିଳା ଓ କିଶୋରୀ ମାନେ ସାଇବର ଠକେଇରୁ କେମିତି ସୁରକ୍ଷା ପାଇବେ ଏବଂ ବିଶେଷ କରି କିଶୋରୀ ମାନେ ତାଙ୍କ ସମସ୍ୟାକୁ କେମିତି ଜଣାଇପାରିବେ ସେ ନେଇ ସଚେତନ କରାଯାଇଥିଲା।
Ad..
ମହିଳା ଓ କିଶୋରୀ ମାନେ ପୁଲିସକୁ ବନ୍ଧୁ ଭାବରେ ଦେଖିବେ ଏବଂ ନିଜ ସମସ୍ୟାକୁ ପୁଲିସକୁ ନିର୍ଭୟରେ କେମିତି ଜଣାଇପାରିବେ ସେ ନେଇ ସଚେତନ କରାଯାଇଥିଲା।
Ad..
ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ ବ୍ୟବହାର ସମୟରେ କେଉଁ ସବୁ ସତର୍କତା ଅବଲମ୍ବନ କରିବା ଉଚିତ୍ ଏବଂ କୌଣସି ଅପରାଧର ଶିକାର ହେଲେ ତୁରନ୍ତ କିପରି ପଦକ୍ଷେପ ନେବାକୁ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଥିଲେ।
Edited by k.s thakur...





No comments