Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ତିନି ରଥର ୯ ଚକ ଶେଷ, ନିର୍ମାଣ ଅଗ୍ରଗତି ବୁଝିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ...

ତିନି ରଥର ୯ ଚକ ଶେଷ, ନିର୍ମାଣ ଅଗ୍ରଗତି ବୁଝିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ... ପୁରୀ,୦୭/୦୫(ନି.ପ୍ର): ରଥ ଖଳାରେ ମଙ୍ଗଳବାର ରଥତ୍ରୟର ୩ଟି ଲେଖାଏଁ ୯ ଚକ ନ...

ତିନି ରଥର ୯ ଚକ ଶେଷ, ନିର୍ମାଣ ଅଗ୍ରଗତି ବୁଝିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ...


ପୁରୀ,୦୭/୦୫(ନି.ପ୍ର): ରଥ ଖଳାରେ ମଙ୍ଗଳବାର ରଥତ୍ରୟର ୩ଟି ଲେଖାଏଁ ୯ ଚକ ନିର୍ମାଣ ଶେଷ ହୋଇଯାଇଛି। ଏପଟେ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନର ନାହାକା ଅଖ ବୋଳା ସରିଛି। 

Ad..


ମଙ୍ଗଳବାର ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ରଥଖଳା ଓ କମାର ଶାଳ ପରିଦର୍ଶନ କରି ନିର୍ମାଣକାରୀଙ୍କ ସହ ରଥ ନିର୍ମାଣର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି। 

      Ad..


ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ଏନେଇ ବୈଠକ ହୋଇ ଶୃଙ୍ଖଳିତ ରଥ ନିର୍ମାଣ ଓ ଯାତ୍ରା ନେଇ ନିର୍ମାଣକାରୀଙ୍କ ଆଲୋଚନା କରାଯାଇଛି।ରଥ ଅମିନଙ୍କ ତତ୍ତ୍ୱାବଧାନରେ ଭୋଇସେବକମାନେ ଆବଶ୍ୟକ ସମସ୍ତ ଅରମୁଣ୍ଡି ରଥ ଖଳାକୁ ଯୋଗାଇଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ। 

Ad..


ବିଶ୍ୱକର୍ମାମାନେ ଖମ୍ବୀ, କୁଡ଼ୁକା ଓ ଜଳଯନ୍ତ୍ର ଆଦି ରଥାଂଶକୁ ଚଉପଟ କରୁଛନ୍ତି। ସିଂହାସନ ଅପ୍ସରା ଓ ପରିଛା କାର୍ଯ୍ୟ ଶେଷ ହେବା ଉପରେ । ଖଳାରେ ମୁଖ୍ୟ କାର୍ଯ୍ୟ ଚକ ପ୍ରସ୍ତୁତି ଚାଲିଛି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । 

କରତି ସେବକମାନେ ମେସିନ୍‌ରେ ତୁମ୍ବ ବିନ୍ଧ କରୁଛନ୍ତି । ଓଝା ସେବକ ଯୋଗାଉଥିବା ବଳାକୁ ତୁମ୍ବର ବାହାର ପାର୍ଶ୍ୱରେ ଓ ପନ୍ଦାରିକୁ ତୁମ୍ବର ମଧ୍ୟସ୍ଥଳରେ ଲଗାଯାଇ ଚକ ପ୍ରସ୍ତୁତ ହେଉଛି



Edited by k.s thakur...

No comments