ବ୍ରହ୍ମପୁରରେ ମଝୀ ରାସ୍ତାରେ ଯୁବକ ଓ ଯୁବତୀଙ୍କୁ ନିର୍ମମ ମାଡ଼... ବ୍ରହ୍ମପୁର,୧୯/୦୫(ନି.ପ୍ର) : ଶନିବାର ଦିନ ବ୍ରହ୍ମପୁରର ଲାଞ୍ଜିପଲ୍ଲୀରେ ଜଣେ ପେଷାଦାର ଅପରାଧୀଙ୍କ...
ବ୍ରହ୍ମପୁରରେ ମଝୀ ରାସ୍ତାରେ ଯୁବକ ଓ ଯୁବତୀଙ୍କୁ ନିର୍ମମ ମାଡ଼...
ବ୍ରହ୍ମପୁର,୧୯/୦୫(ନି.ପ୍ର) : ଶନିବାର ଦିନ ବ୍ରହ୍ମପୁରର ଲାଞ୍ଜିପଲ୍ଲୀରେ ଜଣେ ପେଷାଦାର ଅପରାଧୀଙ୍କୁ ଏନ୍କାଉଣ୍ଟର କରି ବାହାବା ନେବାର ୨୪ ଘଣ୍ଟା ନପୂରୁଣୁ ବ୍ରହ୍ମପୁରର ଜନଗହଳିପୂର୍ଣ୍ଣ ଗିରିମାର୍କେଟ୍ରେ ଜଣେ ଯୁବକ ଓ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରି ଦୁଇଜଣ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି।
Ad..
ସୂଚନାନୁସାରେ, ସୋମବାର ରାତି ପ୍ରାୟ ୯ଟା ବେଳେ ମାଡ଼ଖାଇଥିବା ଯୁବକ ଓ ତାଙ୍କର ବାନ୍ଧବୀ ଗିରିମାର୍କେଟ୍ରେ ରାସ୍ତାକଡ଼ରେ ଥିବା ଏକ ଫାଷ୍ଟ୍ଫୁଡ୍ କେନ୍ଦ୍ରକୁ ଖାଇବାକୁ ଆସିଥିଲେ। ଏହି ସମୟରେ ଦୁଇଜଣ ଯୁବକ ହକିଷ୍ଟିକ୍ ଓ ଠେଙ୍ଗା ଧରି ସେଠାରେ ପହଞ୍ଚି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
Ad..
ଯୁବକ ଜଣକ ତଳେ ପଡ଼ି ସହାୟତା ପାଇଁ ଚିତ୍କାର କରୁଥିବା ବେଳେ ଯୁବତୀ ଜଣକ ମଧ୍ୟ ତାଙ୍କୁ ବଂଚେଇବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ। କିନ୍ତୁ ଆକ୍ରମଣକାରୀ ଯୁବକମାନେ କୌଣସି କଥା ନଶୁଣି ଉଭୟଙ୍କୁ ଆଖିବୁଜା ମାଡ଼ ମାରି ଚାଲିଥିଲେ।
ଜଣେ ଆକ୍ରମଣକାରୀ ତଳେ ପଡ଼ିଥିବା ଯୁବକଙ୍କ ମୁଣ୍ଡ ଓ ପିଠିକୁ ମାଡ଼ ମାରୁଥିବା ବେଳେ ଅନ୍ୟଜଣେ ଗୋଡ଼ ଉପରେ ପାହାର ଉପରେ ପାହାର ବସାଉଥିଲେ। ଏହି ଘଟଣା ଆଖପାଖର ଶତାଧିକ ଲୋକ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିବା କିମ୍ବା ଯୁବକ-ଯୁବତୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିନଥିଲେ।
ଏହି ଘଟଣାରେ ସୂଚନା ପାଇଁ ପୁଲିସ ଛାନଭିନ୍ ଆରମ୍ଭ କରିଛି। କିନ୍ତୁ ଭିଡ଼ିଓଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୁଲିସର ତତ୍ପରତାରେ ବିଳମ୍ବ ଓ ଲୋକଙ୍କ କେବଳ ଦେଖଣାହାରି ମାନସିକତାକୁ ନେଇ ତୀବ୍ର ସମାଲୋଚନା ଓ ଉଦ୍ବେଗ ପ୍ରକାଶ ପାଇଛି।
Edited by k.s thakur...




No comments