ବାହାରେ ଦାଦନ ଖଟୁଛନ୍ତି ବାପା, ମା ମୋବାଇଲ୍ ନ ମିଳିବାରୁ ଘରୁ ପଳାଇଲା ନାବାଳକ... ବେଲପଡ଼ା,୧୯/୦୫(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କଟାପାଳି ଗାଁରେ ...
ବାହାରେ ଦାଦନ ଖଟୁଛନ୍ତି ବାପା, ମା ମୋବାଇଲ୍ ନ ମିଳିବାରୁ ଘରୁ ପଳାଇଲା ନାବାଳକ...
ବେଲପଡ଼ା,୧୯/୦୫(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କଟାପାଳି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି। ଜଣେ ୧୫ ବର୍ଷର ନାବାଳକ ପୁଅକୁ ନିଜ ଆଈ ମୋବାଇଲ ଦେଖିବାକୁ ମନା କରିବାରୁ ଘରୁ କୁଆଡେ ନିଖୋଜ ହୋଇଯାଇଛନ୍ତି।
Ad..
ବହୁ ଖୋଜାଖୋଜି କଲା ପରେ ବି ଆଉ ମିଳୁ ନ ଥିବାରୁ ଆଜି ଏ ନେଇ ପରିବାର ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଗାଁରେ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଗାଁ ପୋଖରୀ ରେ ଖୋଜାଖୋଜି କରିଥିଲେ, ତଥାପି ନାବାଳକ ଅର୍ଜୁନ ନାଗଙ୍କ ପତ୍ତା ମିଳୁନାହିଁ।
Ad..
ଅନ୍ୟପଟେ ବାପା, ମା ବାହାର ରାଜ୍ୟରେ ଦାଦନ ଖଟୁଥିବାରୁ ଆଈ ପାଖରେ ଥିଲେ ଅର୍ଜୁନ, ଏବେ ନିଖୋଜ ପରେ ବୃଦ୍ଧା ଜଣକ କେମିତି ଖୋଜିପାଇବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ପ୍ରାପ୍ତ ସୂଚନା ମତେ ଶନିବାର ଘରେ ରହି ମୋବାଇଲ ଦେଖୁଥିଲା ଅର୍ଜୁନ।
ଦୀର୍ଘ ସମୟ ଧରି ମୋବାଇଲରେ ମାତିଥିବାରୁ ଏହାକୁ ନେଇ ଆଈ ଭାନୁମତି ନାଗ ମନା କରିଥିଲେ। ହାତରୁ ମୋବାଇଲ ଛଡ଼ାଇ ନେବାରୁ ଆଈକୁ ଥାପଡ଼ ମାରିଥିଲା।
ଏହାପରେ ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଭଜମନ ବିଶି ଘଟଣାର ତଦନ୍ତ କରୁଛନ୍ତି।
Edited by k.s thakur...




No comments