Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଅପରଲାନ୍ତ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୂରଣ ଦାବିରେ ବିକ୍ଷୋଭ...

ଅପରଲାନ୍ତ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୂରଣ ଦାବିରେ ବିକ୍ଷୋଭ... ବେଲପଡ଼ା,୧୯/୦୫(ତ୍ରିନାଥ ବାଗ) : ବେଲପଡ଼ା ବ୍ଲକ ଅନ୍ତର୍ଗତ ପଣ୍ଡକିମାଲ ଓ ଯାମଜୁରୀ ଗ୍ରାମର ଅପରଲ...

ଅପରଲାନ୍ତ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୂରଣ ଦାବିରେ ବିକ୍ଷୋଭ...


ବେଲପଡ଼ା,୧୯/୦୫(ତ୍ରିନାଥ ବାଗ) : ବେଲପଡ଼ା ବ୍ଲକ ଅନ୍ତର୍ଗତ ପଣ୍ଡକିମାଲ ଓ ଯାମଜୁରୀ ଗ୍ରାମର ଅପରଲାନ୍ତ ବିସ୍ଥାପିତ ପରିବାରଙ୍କୁ ଥଇଥାନ ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ସୋମବାର ଶତାଧ‌ିକ ମହିଳା ଓ ପୁରୁଷ ବେଲପଡ଼ା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

Ad..


ଅପରଲାନ୍ତ ବିସ୍ଥାପିତ ସହାୟତା ପରିଷଦ, ଯାମଜୁରୀ ଓ ପଣ୍ଡକିମାଲ ଗ୍ରାମବାସୀଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ଅପରଲାନ୍ତ ଜଳସେଚନ ପ୍ରକଳ୍ପକୁ ବେଲପଡ଼ାର ଜୀବନରେଖା ବୋଲି କୁହାଯାଉଥିଲେ ମଧ୍ଯ ବିସ୍ଥାପିତ ହେବାକୁ ଥିବା ପରିବାରମାନଙ୍କ ସମସ୍ୟା ପ୍ରତି ସରକାର ଗୁରୁତ୍ବ ଦେଉ ନାହାନ୍ତି।

   Ad..


ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ୨୭ତାରିଖରେ ବିସ୍ଥାପିତ ପରିବାରମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ସମସ୍ୟାର ସମାଧାନ ପରିବର୍ତ୍ତେ ଅପରଲାନ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ଅଭିଯୋଗ ହୋଇଛି। 

ବିକ୍ଷୋଭକାରୀ ମାନଙ୍କ କହିବା ଅନୁଯାୟୀ, ପ୍ରକଳ୍ପକୁ ନେଇ ଏପର୍ଯ୍ୟନ୍ତ କୌଣସି ପଲ୍ଲୀସଭା କିମ୍ବା ଗ୍ରାମସଭା କରାଯାଇନାହିଁ। ଏପରିକି ବିସ୍ଥାପିତ ପରିବାରଙ୍କ ମତାମତ ମଧ୍ଯ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଆଜି ବେଲପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରହିଥିଲା। 

ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଆସିବା ମାତ୍ରେ ତାଙ୍କୁ ବିକ୍ଷୋଭକାରୀମାନେ ଘେରିଯାଇଥିଲେ। ପରେ ଜିଲ୍ଲାପାଳ ବିସ୍ଥାପିତମାନଙ୍କ ସହ ଆଲୋଚନା କରିଥିଲେ। ସେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ଓ ଗ୍ରାମବାସୀ ସହଯୋଗ କରନ୍ତୁ ବୋଲି କହିଥିଲେ। 

ପରେ ବିସ୍ଥାପିତ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୪ ଦଫା ଦାବିପତ୍ର ପ୍ରଦାନ କରଯାଇଥିଲା। ଉକ୍ତ ଦାବିପତ୍ରରେ ଭୂ-ଅର୍ଜନ ପୁନର୍ବାସ ଓ ଥଇଥାନ ଆଇନ-୨୦୧୩କୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉ, ଯାମଜୁରୀ ଗ୍ରାମର ବିସ୍ଥାପିତ ପରିବାରଙ୍କୁ ବେଲପଡ଼ା -ପାଟଣାଗଡ଼ ମୁଖ୍ୟରାସ୍ତା ନିକଟରେ ଥଇଥାନ ଜମି ଦିଆଯାଉ...

ପ୍ରତ୍ୟେକ ପରିବାରକୁ ୩୦ ଡିସିମିଲ ଘରଡିହ ପ୍ରଦାନ କରାଯାଉ, ଯାମଜୁରୀକୁ ସମ୍ପୂର୍ଣ ବୁଡ଼ିଅଞ୍ଚଳ ଘୋଷଣା କରାଯାଉ, ଜମିର ଏକର ପିଛା ୨କୋଟି ଟଙ୍କା ଓ ଘରର ସ୍କୋୟାର ଫୁଟ ପିଛା ୧୦ହଜାର ଟଙ୍କା କ୍ଷତିପୂରଣ ଦିଆଯଉ, ଗଛ, ପୋଖରୀ ଓ ଅନ୍ୟାନ୍ୟ ସମ୍ପତ୍ତିର ଯଥାଚିତ ମୂଲ୍ୟ ଦିଆଯାଉ...

ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ୩୫ଲକ୍ଷ ଟଙ୍କା ଥଇଥାନ ସହାୟତା ରାଶି ଦିଆଯାଉ, ସରକାରୀ ଜମିରେ ଚାଷ କରିବାକୁ ଅନୁମତି ଦିଆଯାଉ, ଗ୍ରାମର ଶିକ୍ଷିତ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଉ, ଜଙ୍ଗଲଅଧିକାର ଆଇନ-୨୦୦୬ ଓ ସଂଶୋଧୂତ ନିୟମ-୨୦୧୨କୁ ସଠିକ ଭାବେ ଲାଗୁ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି। 

ବିକ୍ଷୋଭକାରୀମାନେ ସତର୍କକରି କହିଛନ୍ତି ଯେ, ପ୍ରଥମେ ବିସ୍ଥାପିତମାନଙ୍କ ଦାବି ପୂରଣ କରାଯାଉ, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଅଧ‌ିକ ତୀବ୍ର କରା‌ଯିବ ବୋଲି ଚେତାବନୀ ଦେଇଛନ୍ତି।



Edited by k.s thakur...

No comments