ସାର ବିକ୍ରିରେ ନାହିଁ ସ୍ବଚ୍ଛତା !୧୯୩ ଡିଲର୍ସଙ୍କୁ କାରଣ ଦର୍ଶଆ ନୋଟିସ୍... ନବରଙ୍ଗପୁର,୨୦/୦୫ (ନି.ପ୍ର): ସାର ଅସଲି ନା ନକଲି। ତାର ଗୁଣବତ୍ତା ଏବଂ କଳାବଜାରୀ ...
ସାର ବିକ୍ରିରେ ନାହିଁ ସ୍ବଚ୍ଛତା !୧୯୩ ଡିଲର୍ସଙ୍କୁ କାରଣ ଦର୍ଶଆ ନୋଟିସ୍...
ନବରଙ୍ଗପୁର,୨୦/୦୫ (ନି.ପ୍ର): ସାର ଅସଲି ନା ନକଲି। ତାର ଗୁଣବତ୍ତା ଏବଂ କଳାବଜାରୀ ରୋକିବା ପାଇଁ ଓଡ଼ିଶା ସରକାର ନିୟମିତ ଭାବେ ଖୁଚୁରା ଏବଂ ପାଇକାରୀ ସାର ଦୋକାନଗୁଡ଼ିକର ଅଚାନକ ଯାଞ୍ଚ କରୁଛନ୍ତି।
Ad..
ଏହା ବାଦ୍ ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନ ପକ୍ଷରୁ ବି ସାର ବିକ୍ରି ବନ୍ଦ କରିବାକୁ ସବୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିଛି ଡିଲର ବିକ୍ରି କରିଥିବା ପ୍ରଶାସନର ଚଢ଼ାଉ ବେଳେ ନଜର ଆସିଥିଲା। ଏପରିକି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ବି ଗୋଟିଏ ସାର ଦୋକାନକୁ ଯାଂଚରେ ଯାଇଥିବା ବେଳେ ସେଠାରେ ସାର ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା।
Ad..
ଜିଲ୍ଲାର ସବୁ ବ୍ଲକରେ ସହକାରୀ କୃଷି ଅଧିକାରୀ ତଥା ସାର ନିରୀକ୍ଷକମାନେ ଯାଞ୍ଚ କରି ୧୯୩ଟିକୁ ବିକ୍ରୟ ବନ୍ଦ ସହ କାରଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହା ବାଦେ ୨୭ଟିର ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ବେଆଇନ୍ ଭାବେ ସାର ଗଚ୍ଛିତ ରଖିଥିବା ୨ଜଣଙ୍କ ବିରୋଧରେ ରାଇଘର ଓ ପାପାଡାହାଣ୍ଡିଥାନାରେ ଏତଲା ଦେଇଥିବା କହିଛନ୍ତି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ସୁଧିରଂଜନ ବେହେରା।
ଏପରିକି ପାପାଡାହାଣ୍ଡିରେ ଗଚ୍ଛିତ ସାରର ଗୁଣାତ୍ମକ ମାନ ପରୀକ୍ଷା କରିବାରେ ନିମ୍ନମାନର ବୋଲି ଜଣାପଡିଛି।ଜିଲ୍ଲାରେ ୨୯୧ଜଣ ଡିଲରଙ୍କ ପଏଣ୍ଟକୁ ସହକାରୀକୃଷି ଅଧିକାରୀଙ୍କୁ ନେଇ ବିଭିନ୍ନ ସମୟରେ ଜିଲ୍ଲାମୁଖ୍ୟ କୃଷିଅଧିକାରୀ, ସ୍ଥାନୀୟ ତହସିଲଦାର ଆଦି ପରିଦର୍ଶନରେ ଯାଇ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ୧୯୩ଟି ଡିଲର ପଏଣ୍ଟରେ ପିଓସି ମେସିନରେ ସାର୍ ଦେଇଥିବା ଜଣାପଡ଼ିଥିଲା। ଏହା ସହ ସାର ବିକ୍ରି ଓ ଷ୍ଟକରେ ବି ତାରତମ୍ୟ ପରିଲକ୍ଷିତ ହୋଇଥିଲା। ସମସ୍ତ ୧୯୩ଡିଲରଙ୍କୁ ବିକ୍ରୟ ବନ୍ଦ ସହ କାରଣଦର୍ଶାଅ ନୋଟିସ ସହକାରୀ କୃଷି ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଛି ବୋଲି କହିଛନ୍ତି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ।
ଏଥିରୁ ୨୭ଟି ଡିଲରଙ୍କର ବ୍ୟାପକ ଅନିମିୟତତା ପରିଲକ୍ଷିତ ହୋଇଥିଲା। ତେଣୁ ଏହି ୨୭ଟି ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏହା ବାଦ ରାଇଘରର ଜଣେ ଡିଲର ତାଙ୍କ ଆବସିକ ଗୋଦାମରେ ୫୧୨ବସ୍ତା ଅଧିକା ୟୁରିଆ ସାର ଗଚ୍ଛିତ କରି ରଖିଥିବାରୁ ଏହି ସାରକୁ ଜବତ କରାଯାଇ ସରକାରୀ ଜମାଖାତାରେ ଜମା ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ।
ସେହିପରି ପାପାଡାହାଣ୍ଡିର ମୋକିଆ ଅଂଚଳର ଜନୈକ ଡିଲର ୧୨୦ବସ୍ତା ଡିଏପି ସାର ବେଆଇନ୍ ଭାବେ ଗଚ୍ଛିତ କରି ରଖିଥିଲେ। ଏହି ଜବତ ଡିଏପି ସାର ରାୟଗଡାସ୍ଥିତ ସାର ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାରକୁ ପଠାଯାଇଥିଲା।
ସେଠାରୁ ଏହି ଡିଏପି ସାର ନିମ୍ନମାନର ବୋଲି ରିପୋର୍ଟ ଆସିଥିଲା। ତାପରେ ଏହି ସାର ବିକ୍ରେତାଙ୍କ ନାଁରେ ପାପାଡାହାଣ୍ଡି ଥାନାରେ ଏତଲା ଦିଆଯାଇଥିଲା ବୋଲି କହିଛନ୍ତି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ। ଏପରିକି ଡିଲର୍ସ ମଧ୍ୟରେ କିଛି ଲ୍ୟାମ୍ପ ବି ସରକାରୀ ନିର୍ଦ୍ଦେଶକୁ ଅବମାନନା କରିଥିବା ଦେଖିବାକୁ ମିଳିଛି।
Edited by k.s thakur...




No comments