୧୦ ବାଲି ମାଫିଆ କୋର୍ଟଚାଲାଣ, ୮୦ ଆକାଉଣ୍ଟ ଫ୍ରିଜ୍... କେନ୍ଦୁଝର,୨୦/୦୫(ନି.ପ୍ର) : ବାଲି ମାଫିଆଙ୍କ ବିରୋଧରେ କେନ୍ଦୁଝର ପୁଲିସ ପକ୍ଷରୁ ଅପରେସନ୍ ‘ବୈତରଣୀ’ ...
୧୦ ବାଲି ମାଫିଆ କୋର୍ଟଚାଲାଣ, ୮୦ ଆକାଉଣ୍ଟ ଫ୍ରିଜ୍...
କେନ୍ଦୁଝର,୨୦/୦୫(ନି.ପ୍ର): ବାଲି ମାଫିଆଙ୍କ ବିରୋଧରେ କେନ୍ଦୁଝର ପୁଲିସ ପକ୍ଷରୁ ଅପରେସନ୍ ‘ବୈତରଣୀ’ ଜାରି ରହିଛି। ଆଜି ଆଉ ଜଣେ ବାଲି ମାଫିଆ ଘଟଗାଁ ବ୍ଲକ୍ ଉପରଡିହାର ଜିତେନ୍ଦ୍ର ସା’ଙ୍କୁ ପୁଲିସ ଗିରଫ କରିଛି। ଏଥିସହ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି।
Ad..
ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ବାଲି ମାଫିଆଙ୍କ ସହ ସଂପୃକ୍ତ ୮୦ଟି ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ ଫ୍ରିଜ୍ କରିଥିବା ସୂଚନା ମିଳିଛି।ନନ୍ଦିପଦା ଥାନାରେ ରୁଜୁ ହୋଇଥିବା ମାମଲାରେ ସୋଲପଟା ଗାଁର ଗୁରୁବ୍ରତ ଖଣ୍ଡାଇ, ଏଲକଣିଆ ଗାଁର ଯୋଗେନ୍ଦ୍ର ବେହେରା, ଜଳକଳଙ୍ଗ ଗାଁର ବାପି ନାୟକ ଓ ବଞ୍ଚୋ ଗ୍ରାମର ରତିକାନ୍ତ ରାଉତଙ୍କୁ କୋର୍ଟଚାଲାଣ କରାଯାଇଛି।
Ad..
ସେହିପରି ଘସିପୁରା ଥାନାରେ ରୁଜୁ ହୋଇଥିବା ମାମଲାରେ ୬ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଧକୋଠାର ଅଜିତ କୁମାର ପୃଷ୍ଟି, ତରତରାର ଦୀପ୍ତିରଞ୍ଜନ ବାରିକ, ଅମାରଙ୍ଗର ଅଜିତ କୁମାର ନାୟକ, ବୀରଗୋବିନ୍ଦପୁରର ସୌମ୍ୟପ୍ରକାଶ ମହାପାତ୍ର, ପାଟଣାର ମନବୋଧ ମହାନ୍ତ ଓ ଘଟଗାଁ ବ୍ଲକ୍ ଉପରଡିହାର ଜିତେନ୍ଦ୍ର କୁମାର ସା।
ଅଭିଯୁକ୍ତ ମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ପ୍ରକାଶ କରିଛନ୍ତି।ପୁଲିସ ସୂଚନା ଅନୁସାରେ, ଜିତେନ୍ଦ୍ରଙ୍କ ଘରେ ଚଢ଼ଉ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି।
ପୁରୀରେ ଏକ ଫ୍ଲାଟ୍ ସହ ୮ଟି ପ୍ଲଟ୍, ୭ଟି ଟ୍ରାକ୍ଟର, ୭ଟି ହାଇୱା ଗାଡ଼ି ମଧ୍ୟରୁ ୩ଟି ଜବତ କରାଯାଇଛି। ସେହିପରି ଏକ କାର୍, ମୋଟରସାଇକଲ ଓ ମିନିଟ୍ରକ୍ ଜବତ ହୋଇଛି। ଚଢ଼ଉ ସମୟରେ ୧୫୦ ଗ୍ରାମ ସୁନା ଓ ୫ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ଜଣାପଡ଼ିଛି। ଜିତେନ୍ଦ୍ରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି।
୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ବାଲି ଗଦା କରାଯାଇ ବିକ୍ରି କରାଯାଉଥିଲା। ଆନନ୍ଦପୁର, ଅମାରଙ୍ଗ ଓ ଧକୋଠା ଅଞ୍ଚଳରୁ ବାଲି ଉତ୍ତୋଳନ କରି ବ୍ୟବସାୟ କରାଯାଉଥିଲା।ବେଆଇନ ବାଲି କାରବାରରୁ ସେ ବିପୁଳ ସମ୍ପତ୍ତି ଅର୍ଜନ କରିଥିବା ସନ୍ଦେହ କରାଯାଉଛି।
ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଘସିପୁରା, ଘଟଗାଁ, ଆନନ୍ଦପୁର, ନନ୍ଦିପଦା ଥାନା ଅଞ୍ଚଳର ୧୨ଟି ସ୍ଥାନରେ ଚଢ଼ଉ କରିବା ସହ ନଗଦ ୨୭ ଲକ୍ଷ ଟଙ୍କା ଏବଂ ୫୦ଟି ଦାମୀ ଗାଡ଼ି ଜବତ ହୋଇଥିଲା। କିଛି ଆକାଉଣ୍ଟରେ ୭୫ ଲକ୍ଷ ଟଙ୍କାରୁ ଅଧିକ ବେଆଇନ କାରବାର ହୋଇଥିବା ସୂଚନା ମିଳିଛି।
Edited by k.s thakur...




No comments