Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ମୋବାଇଲ ଆପ ଦେବ ମହିଳାଙ୍କୁ ସୁରକ୍ଷା,ଅସୁବିଧାରେ ଫସିଲେ ବ୍ୟବହାର କରନ୍ତୁ ଉଇ କେୟାର ସାଥି ଆପ୍...

ମୋବାଇଲ ଆପ ଦେବ ମହିଳାଙ୍କୁ ସୁରକ୍ଷା,ଅସୁବିଧାରେ ଫସିଲେ ବ୍ୟବହାର କରନ୍ତୁ ଉଇ କେୟାର ସାଥି ଆପ୍... ଭୁବନେଶ୍ଵର,୨୧/୦୫(ନି.ପ୍ର) :ମହିଳାଙ୍କ ପାଇଁ ଖୁସି ଖବର। ମୋବାଇଲ ...

ମୋବାଇଲ ଆପ ଦେବ ମହିଳାଙ୍କୁ ସୁରକ୍ଷା,ଅସୁବିଧାରେ ଫସିଲେ ବ୍ୟବହାର କରନ୍ତୁ ଉଇ କେୟାର ସାଥି ଆପ୍...


ଭୁବନେଶ୍ଵର,୨୧/୦୫(ନି.ପ୍ର) :ମହିଳାଙ୍କ ପାଇଁ ଖୁସି ଖବର। ମୋବାଇଲ ଆପ ଦେବ ମହିଳାଙ୍କୁ ସୁରକ୍ଷା।ଏଭଳି ନୂତନ ପନ୍ଥା ଆପଣେଇଛି କମିଶନରେଟ୍ ପୋଲିସ।ଟ୍ବିନିସିଟି ବାସୀଙ୍କ ପାଇଁ ପୋଲିସ ଆଣିଛି ନୂଆ ଆପ୍। 

           Ad..


ଜରୁରୀକାଳୀନ ଓ ଅସୁବିଧାରେ ଫସିଲେ ମହିଳାଙ୍କ ପାଇଁ ପୋଲିସ ଆଣିଛି ଉଇ କେୟାର ସାଥି ଆପ୍। ଏନେଇ ଅଫିସିଆଲ୍ ଲଞ୍ଚ କରିଛନ୍ତି ପୋଲିସ କମିସନର।ପୋଲିସ ତାର କାମ ଫ୍ରଣ୍ଟ ଲାଇନ୍ ରହିବ।ଏ ନେଇ କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।

    Ad..


ଏହି ଆପ ଦ୍ବାରା କୌଣସି ଘଟଣା ଘଟିଲେ ସେହି ଆପରୁ ଅଭିଯୁକ୍ତ ମାନଙ୍କ ଫଟୋ ବା ଭିଡିଓ ତୁରନ୍ତ ERSS କଣ୍ଟ୍ରୋଲ ରୁମ୍ କୁ ପହଞ୍ଚିପାରିବ।ଯାହାକି ମହିଳାମାନେ ଏହାକୁ ବ୍ୟବହାର କରି ନ୍ୟାୟ ପାଇପାରିବେ।

ଯେଉଁ ଜାଗାରେ ଘଟଣା ଘଟିବ,କମ୍ ସମୟରେ ପୋଲିସ ପହଞ୍ଚିବା ପାଇଁ ଚେଷ୍ଟା କରିବ ବୋଲି ପୋଲିସ କମିଶନର କହିଛନ୍ତି।ଆଗରୁ ରେସ୍ପନ୍ସ ଟାଇମ ୧୨ମିନିଟ ଥିଲା ଏବେ ତାହା ୭ମିନିଟରେ ବି ସମ୍ଭବ ହୋଇଛି। ତେଣୁ ଲୋକଙ୍କ ସୁରକ୍ଷା ଓ ମହିଳାଙ୍କ ସୁରକ୍ଷା କୁ ପ୍ରାଥମିକତା ପାଇଁ ଏଭଳି ଆପ୍ କୁ ଅପଗ୍ରେଡେସନ କରାଯାଇଛି।



Edited by k.s thakur...

No comments