କଣ୍ଟାବାଞ୍ଜିରେ ଟ୍ରେନ୍ ଧକ୍କାରେ ଜଣଙ୍କର ମୃତ୍ୟୁ... କଣ୍ଟାବାଞ୍ଜି,୨୧/୦୫(ନି.ପ୍ର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି-ବାଙ୍ଗୋମୁଣ୍ଡା ରେଳ କ୍ରସିଂ ନିକଟରେ ଏକ ଦୁଃ...
କଣ୍ଟାବାଞ୍ଜିରେ ଟ୍ରେନ୍ ଧକ୍କାରେ ଜଣଙ୍କର ମୃତ୍ୟୁ...
କଣ୍ଟାବାଞ୍ଜି,୨୧/୦୫(ନି.ପ୍ର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି-ବାଙ୍ଗୋମୁଣ୍ଡା ରେଳ କ୍ରସିଂ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
Ad..
ଗତକାଲି ସକାଳେ ସ୍ଥାନୀୟ ଲୋକମାନେ ମୃତଦେହକୁ ରେଳପଥ ପାଖରେ ପଡ଼ିଥିବା ଦେଖିଥିଲେ।ଜିଆରପି ଏଏସଆଇ ମହେଶ୍ୱର ପ୍ରଧାନ ମୃତକଙ୍କୁ କଣ୍ଟାବାଞ୍ଜି ନିକଟସ୍ଥ କୁକୁଡାହାଡ ଗ୍ରାମର ସୁନାରୀ ପଡ଼ାର ଇନ୍ଦ୍ର ସରାଫ (୪୬) ବୋଲି ଚିହ୍ନଟ କରିଛନ୍ତି।
Ad..
ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଛି। ଖବର ପାଇବା ପରେ ପରିବାର ସଦସ୍ୟମାନେ ପହଞ୍ଚିଥିଲେ।ପୋଲିସର କହିବା ଅନୁଯାୟୀ, ଇନ୍ଦ୍ରଙ୍କ ମାନସିକ ଅବସ୍ଥା ପାରିବାରିକ...
ଆର୍ଥିକ ଅବସ୍ଥା ଯୋଗୁଁ ଅସ୍ଥିର ଥିଲା, ଏବଂ ତାଙ୍କ ପରିବାର ଗୁରୁତର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପୋଷ୍ଟମର୍ଟମ ପରେ, ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
Edited by k.s thakur...




No comments