Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଝିଙ୍କିଡୁଙ୍ଗୁରି ଗ୍ରାମ ରେ ବିଶୁଦ୍ଧ ଜଳ ସଙ୍କଟ ; ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ଓଭର ହେଡ୍ ଟାଙ୍କି...

ଝିଙ୍କିଡୁଙ୍ଗୁରି ଗ୍ରାମ ରେ ବିଶୁଦ୍ଧ ଜଳ ସଙ୍କଟ ; ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ଓଭର ହେଡ୍ ଟାଙ୍କି... ମୁରିବାହାଲ,୨୧/୦୫(ଶଙ୍କର ମାଝୀ) : ଗାଁ ରେ ବିଶୁଦ୍ଧ ଜ...

ଝିଙ୍କିଡୁଙ୍ଗୁରି ଗ୍ରାମ ରେ ବିଶୁଦ୍ଧ ଜଳ ସଙ୍କଟ ; ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ଓଭର ହେଡ୍ ଟାଙ୍କି...


ମୁରିବାହାଲ,୨୧/୦୫(ଶଙ୍କର ମାଝୀ) : ଗାଁ ରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପାଣି ଭଲି ଟଙ୍କା ଖର୍ଚ୍ଚ କରାଯାଉଛି।ମାତ୍ର ସବୁ କିଛି ବିଗାଡି ଦେଉଛନ୍ତି ପ୍ରଶାସନିକ ଅଧିକାରୀ ପରିଣାମ ଏୟା ଯେ ଏଥି ପାଇଁ ଅନେକ ଗାଁ କୁ ପାଣି ପାଇଁଁ ସଂଘର୍ଷ କରିବାକୁ ପଡୁଛି।

Ad..


ଆଉ ଦୁଷିତ ନଳକୂପ ରୁ ବାହାରୁଥିବା ପାଣି ପିଇ ଅନେକ ଲୋକ କିଟିନି ରୋଗ ରେ ଆକ୍ରାନ୍ତ ହେଉଛନ୍ତି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୋଇମୁଣ୍ଡ ପଞ୍ଚାୟତ ର ଝିଙ୍କିଡୁଙ୍ଗୁରି ଗାଁ ରେ ୩୦୦ ଶହ ରୁ ଅଧିକ ପରିବାର ପାଇଁଁ ରହିଛି। ମାତ୍ର ଦୁଇଟି ନଳକୂପ ଗୋଟିଏ ନଳକୂପ ବନ୍ଧ ହୋଇଯାଇଛି।

    Ad..


ଅନ୍ୟ ନଳକୂପ ଟି ପୁରା ଗାଁ ର ଜୀବନ ବଞ୍ଚାଇ ଦେଉଛି।ମାତ୍ର ଗୋଟିଏ ନଳକୂପ ରୁ ବାହାରୁଥିବା ପାଣି ଗାଁ ଲୋକଙ୍କୁ ନିଉଣ୍ଟ କରୁଛି। ନଳକୂପ ରୁ ବାହାରୁଛି ଦୁଷିତ ପାଣି ସେହି ପାଣି କୁ ଗାଁ ଲୋକେ ବ୍ୟବହାର କରିବା କୁ ବାଧ୍ୟ ହେଉଛନ୍ତି।

୩ ବର୍ଷ ତଳେ ଗାଁ ରେ ଏକ ଓଭର ହେଡ୍ ଟାଙ୍କି ତିଆରି ହୋଇଥିଲା।ଘର କୁ ଘର ପାଣି ଦେବା ପାଇଁଁ ମାଟି ଖୋଳି ପାଣି ପାଇବ ବିଛା ଗଲା ହେଲେ ଆଜି ଯାଏଁ ଗାଁ ରେ ପାଣି ପହଞ୍ଚିଲା ନି। ପ୍ରଶାସନିକ ଅଧିକାରୀ ଚୂପ ରହିଗଲେ। 

ଏପଟେ ସମସ୍ୟା ଗାଁ ଲୋକଙ୍କ ପିଛା ଛାଡ଼ିଲା ନି ନଳକୂପ ର ଦୁଷିତ ପାଣି ପାଇଁଁ ଗାଁ ଲୋକେ କିଟିନି ରୋଗ ରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ପାଣି ନ ମିଳିଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଗାଁ ଲୋକେ ହରେକୃଷ୍ଣ ସାହୁ,ଜାନକୀ ଭାଟି,ଲକ୍ଷେଶ୍ବର ସାହୁ, ଧନମତି ସାହୁ।

ଏନେଇ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଶ୍ବଜିତ ଜେନା ଙ୍କୁ ଫୋନରେ ପଚାରିବାରୁ ସେ କହିଲେ ଯେ ଆମ ତରଫରୁ କାମ ସରିଯାଇଛି, କିନ୍ତୁ ବିଦ୍ୟୁତ ବିଭାଗକୁ ବାରମ୍ବାର ଲେଖି ଜଣାଇଲେ ସୁଧା କର୍ଣ୍ଣପାତ କରୁନାହାନ୍ତି ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ବିଦ୍ୟୁତ ବିଭାଗ କେଉଁ କାରଣ ରୁ ବିଦ୍ୟୁତ ସଂଯୋଗ କରୁନାହାନ୍ତି।ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।



Edited by k.s thakur...

No comments