୭୯ ହଜାର ୨୮୫ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିନି ବୋନସ... ନବରଙ୍ଗପୁର,୨୧/୦୫(ନି.ପ୍ର): ୨୦୨୫ମସିହାରେ କେନ୍ଦୁପତ୍ର କେରି ବିକ୍ରୀ କରିଥିବା ୭୯,୨୮୫ଜଣ କେନ୍ଦୁପତ୍ର ...
୭୯ ହଜାର ୨୮୫ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିନି ବୋନସ...
ନବରଙ୍ଗପୁର,୨୧/୦୫(ନି.ପ୍ର): ୨୦୨୫ମସିହାରେ କେନ୍ଦୁପତ୍ର କେରି ବିକ୍ରୀ କରିଥିବା ୭୯,୨୮୫ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ୨୫ପ୍ରତିଶତ ବୋନସ ଟଙ୍କା ସହ ଟୋପି ବାବଦରେ ୧୦୦, ଚପଲ ପାଇଁ ୧୬୦ଓ ପତ୍ର ବନ୍ଧେଇ କପଡା ପାଇଁ ୨୦୦ଟଙ୍କା ଲେଖାଏଁ ଏଯାଏଁ ମିଳିନି।
Ad..
ମିଳିଥିବା ତଥ୍ୟାନୁସାରେ, ୨୦୨୫ମସିହାରେ ନବରଙ୍ଗପୁର ଡିଭିଜନ ଅଧୀନରେ ଜିଲ୍ଲାରେ ୬ଟି ଯଥା ନବରଙ୍ଗପୁର, ପାପଡାହାଣ୍ଡି, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଡାବୁଗାଁ ରେଂଜ ଓ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ରେଂଜରେ ୭୯,୨୮୫ଜଣ କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ୫କୋଟି ୯୭ଲକ୍ଷ ୯୯୦ କେରି କିଣାଯାଇଛି।
Ad..
କେଜି ପିଛା ୩ ଟଙ୍କା୨୦ପଇସା ହିସାବରେ ୧୬କୋଟି ୩୧ଲକ୍ଷ ୭ହଜାର ୧୬୮ଟଙ୍କାର କିଣାଯାଇଛି। ୨୦୨୬ବର୍ଷରେ ୬ଟି ରେଞ୍ଜ୍ରେ ୪୫ହଜାର ଶ୍ରମିକଙ୍କ ଦ୍ବାରା ୫୪ହଜାର ୨୦୦ଟି କେନ୍ଦୁ ଗୁଚ୍ଛା କୋଟେଇ କରାଯାଇଛି।
ଚଳିତ ବର୍ଷ କେନ୍ଦୁପତ୍ର ଉତ୍ପାଦନ ପାଇଁ ସମୟ ଆଦୌ ଅନୁକୂଳ ହେଉନଥିବା ଦେଖାଯାଇଛି। ଜାନୁଆରି ଓ ଫେବ୍ରୁଆରି ମାସରେ କେନ୍ଦୁ ଗୁଚ୍ଛା କୋଟେଇ ( ନୂଆପତ୍ର କଅଁଳିବା ପାଇଁ କେନ୍ଦୁଗଛକୁ କଟାଯାଏ) ଆରମ୍ଭ ହୋଇଯାଏ। ପତ୍ର କଅଁଳିବା ପାଇଁ ଗୋଟିଏ ମାସ ଛଡ଼ାଯାଏ।
ଏ ଭିତରେ ପତ୍ର କଅଁଳି ଯାଇଥାଏ। ମାର୍ଚ୍ଚ ଠାରୁ ଜୁନ ମାସ ପର୍ଯ୍ୟନ୍ତ ପତ୍ର ତୋଳାଯାଏ । ସାମାନ୍ୟ ବର୍ଷା କମିବା ପରେ ତୋଳାଳି ମାନେ ତୋଳିବା ଆରମ୍ଭ କରିଥିଲେ। ତେବେ ଏହାକୁ କେରି ବାନ୍ଧିବା ଏବଂ ଫଡ଼ିକୁ ନେବା ପୂର୍ବରୁ ଅପରାହ୍ନରେ ଜିଲ୍ଲାରେ ଅଦିନିଆ ବର୍ଷା ସାଙ୍ଗକୁ ଏବଂ କାଳବୈଶାଖୀ ଏହି ବ୍ୟବସାୟକୁ ଶକ୍ତ ଝଟ୍କା ଦେଇଛି।
କେନ୍ଦୁ ଗୁଚ୍ଛା କୋଟେଇ ପରେ ବି ଭଲ ପତ୍ର ନ କଁଅଳିବା, ବର୍ଷାରେ ପତ୍ର ଓଦା ହେବା ପରେ ପତ୍ରର ଗୁଣାତ୍ମକ ମାନ ନ ରହୁନଥିବା ବେଳେ ତୋଳାଳୀମାନେ ମଧ୍ୟ ନିଜ ଶ୍ରମ ଅନୁଯାୟୀ ଉଚିତ ପାଉଣା ପାଉନାହାନ୍ତି।
୨୦୨୬ମସିହାରେ ୮୦ହଜାର ତୋଳାଳିଙ୍କ ଠାରୁ କେନ୍ଦୁପତ୍ର କେରୀ କିଣିବା ଲକ୍ଷ୍ୟ ରହିଛି ବୋଲି ନବରଙ୍ଗପୁର କେନ୍ଦୁଲିଫ ଡିଭିଜନ ଡିଏଫଓ ପକ୍ଷରୁ ସୂଚନା ମିଳିଛି। କେନ୍ଦୁପତ୍ର ତୋଳା କାମରେ ଜିଲ୍ଲାର ୮୦ରୁ ୯୦ ହଜାର ପରିବାର ନିୟୋଜିତ ହେଉଥିବା ବେଳେ ଏଥିରେ ତାଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ।
ଶ୍ରମିକ ମାନଙ୍କୁ ପତ୍ରତୋଳା ବାବଦ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ, ପୂର୍ବରୁ ୧ ହଜାର କେରି ବଦଳରେ ଯେଉଁ ସୁବିଧା ମିଳୁଥିଲା ଏବେ ୨ ହଜାର କେରି ଦେଲେ ସେହି ସୁବିଧା ଦେବା ଶ୍ରମିକଙ୍କୁ ହତାଶ କରିଛି। ତୋଳାଳି କଲ୍ୟାଣ ପାଣ୍ଠୀ ଅଧୀନରେ ୯୧ଜଣଙ୍କୁ କୋଟିଏ ୭୯ଲକ୍ଷ ଦିଆଯାଇଛି ବୋଲି କହିଛନ୍ତି ଡିଏଫଓ।
Edited by k.s thakur...




No comments