Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଉତ୍ତେଜନା...

ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଉତ୍ତେଜନା... ବାଣପୁର,୨୧/୦୫(ନି.ପ୍ର):ବୁଧବାର ସନ୍ଧ୍ୟାରେ ପ୍ରସବ ସମୟରେ ବାଣପୁର ଗୋଷ୍ଠୀ ସ୍...

ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଉତ୍ତେଜନା...


ବାଣପୁର,୨୧/୦୫(ନି.ପ୍ର):ବୁଧବାର ସନ୍ଧ୍ୟାରେ ପ୍ରସବ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । 

Ad..


ତେବେ ପ୍ରସବ ସମୟରେ ଫିଡ୍ସ ମାରିବାରୁ ମହିଳା ଜଣଙ୍କ ଗୁରୁତର ହୋଇପଡିଥିବାରୁ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ୱର ରେଫର କରାଯାଇଥିବା ରାତ୍ରକାଳୀନ ଦାୟିତ୍ୱରେ ଥିବା ଡାକ୍ତର ପ୍ରକାଶ କରିଛନ୍ତି।ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି ।

     Ad..


ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଆଜି ସକାଳୁ ବାଣପୁର ବଡ ହନ୍ତୁଆଡ଼ ହରିଜନ ସାହିର ପ୍ରସୂତୀ ପାୟଲ ନାୟକ (୨୩)ଙ୍କୁ ପ୍ରସବ ପାଇଁ ବାଣପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ଆଣିଥିଲେ।ଦିନ ତମାମ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା।

ସନ୍ଧ୍ୟାରେ ଅଧିକ ଯନ୍ତ୍ରଣା ହେବାରୁ ପ୍ରସବ ପାଇଁ କେନ୍ଦ୍ରର ଚିକିତ୍ସାଧିକାରୀ ଡା. ରମାକାନ୍ତ ନାୟକ ପ୍ରସବ ଗୃହକୁ ନେଇଥିଲେ।ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପାୟଲ ସୁସ୍ଥ ଥିବା ବେଳେ ସାଢେ ୫ଟାରେ ପାୟଲଙ୍କୁ ଫିଡ୍ସ ମାରିବାରୁ ଡାକ୍ତରଙ୍କ ପରାର୍ମଶ କ୍ରମେ ନର୍ସ ଇଞ୍ଜେକ୍ସନ ଦେଇଥିଲେ।

ମାତ୍ର ଏହାର କିଛି ସମୟ ପରେ ପରିବାର ଲୋକେ ପ୍ରସୂତୀକୁ ଦେଖିଲା ବେଳକୁ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ହୋଇସାରିଥିଲା।ଡାକ୍ତର ରମାକାନ୍ତ ନାୟକ ସଂନ୍ଧ୍ୟା ପ୍ରାୟ ୬. ୪୦ ସମୟରେ ପ୍ରସୂତୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରିବାପାଇଁ ଡା. ଅନିରୁଦ୍ଧଙ୍କୁ ଦାୟୀତ୍ୱ ଦେଇ ଡାକ୍ତରଖାନା ଛାଡିଥିଲେ । 

ମାତ୍ର ସେତେ ବେଳକୁ ପାୟଲଙ୍କ ମୃତ୍ୟୁ ହୋଇ ଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ପାୟଲଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ରେଫର କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।



Edited by k.s thakur...

No comments