ବ୍ରହ୍ମପୁରରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନ ଆହତ... ବ୍ରହ୍ମପୁର,୧୭/୦୫(ନି.ପ୍ର) : ଗଂଜାମ ଜିଲ୍ଲାରେ ଅପରାଧ ବିରୁଦ୍ଧରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ...
ବ୍ରହ୍ମପୁରରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନ ଆହତ...
ବ୍ରହ୍ମପୁର,୧୭/୦୫(ନି.ପ୍ର) : ଗଂଜାମ ଜିଲ୍ଲାରେ ଅପରାଧ ବିରୁଦ୍ଧରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନ ଆହତ।ରାଜ୍ୟରେ ବୃଦ୍ଧି ପାଉଥିବା ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ଅଟକାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ।
Ad..
ଯାହାର ଝଲକ ଗତକାଲି ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ଅନ୍ୟ ଜିଲ୍ଲା ମାନଙ୍କ ଅପେକ୍ଷା ଅଧିକ ଅପରାଧିକ ମାମଲା ସହ ସରକାର ଓ ଗଞ୍ଜାମ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା।
Ad..
ଯାହା ବିରୁଦ୍ଧରେ ବଡ଼ ଗଞ୍ଜାମ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଲାଞ୍ଜିପଲ୍ଲୀର ଜଣେ ଦୁର୍ଦ୍ଦନ୍ତ ଅପରାଧୀ ଦିପୁନ ନାୟକକୁ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି।
Ad..
ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିପୁନ ନାମରେ ଏକାଧିକ ହତ୍ୟା ଉଦ୍ୟମ ସହ ବିଭିନ୍ନ ଅପରାଧିକ ମାମଲା ରହିଛି।
Edited by k.s thakur...





No comments