ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ବନ୍ଦ: ଆସନ୍ତାକାଲି ପର୍ଯ୍ୟନ୍ତ ଗଡ଼ିବନି ୧୫୦ରୁ ଅଧିକ ବସ୍‌...

ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ବନ୍ଦ: ଆସନ୍ତାକାଲି ପର୍ଯ୍ୟନ୍ତ ଗଡ଼ିବନି ୧୫୦ରୁ ଅଧିକ ବସ୍‌...



ଭୁବନେଶ୍ୱର,୨୭/୧୦(ନି.ପ୍ର): ଯାତ୍ରୀଙ୍କ ସୁରକ୍ଷା ଏବଂ ସରକାରୀ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଘରୋଇ ବସ୍‌ ଚଳାଚଳ ବନ୍ଦ ରଖାଯାଇଛି। 

           Ad..


ଭୁବନେଶ୍ୱର ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ୧୫୦ରୁ ଅଧିକ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Ad..


ସଂଘର କୋଷାଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଉଥିବା ବସ୍‌ ସହିତ ଦକ୍ଷିଣ ଓଡ଼ିଶାରୁ ରାଜଧାନୀ ଅଭିମୁଖେ ଆସୁଥିବା ଘରୋଇ ବସ୍‌ ସେବା ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି।

Ad..


ସମ୍ଭାବ୍ୟ ବିପଦକୁ ଏଡ଼ାଇବା ସହ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ।ଅନ୍ୟପକ୍ଷରେ, ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଦକ୍ଷିଣ ଓଡ଼ିଶାକୁ ଯାତାୟାତ କରୁଥିବା ଶତାଧିକ ଯାତ୍ରୀ ପ୍ରଭାବିତ ହେବାର ଆଶଙ୍କା ରହିଛି। 

ବିଶେଷକରି ଜରୁରୀ କାର୍ଯ୍ୟରେ ରାଜଧାନୀକୁ ଆସୁଥିବା ଏବଂ ଦକ୍ଷିଣ ଓଡ଼ିଶାକୁ ଫେରୁଥିବା ଲୋକଙ୍କୁ ବିକଳ୍ପ ଯାତାୟାତ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡ଼ିପାରେ।ତେବେ ସରକାରୀ ନିର୍ଦ୍ଦେଶ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବସ୍‌ ଚଳାଚଳ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।



Edited by k.s thakur...

Post a Comment

Previous Post Next Post

Tulsi nxt

Odisha Chronicle News

Ads