କୋଟିଆ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ଦୃଢ଼ ବୟାନ, ଆନ୍ଧ୍ରକୁ ଦିଆଯିବନି ଇଞ୍ଚେ ଜମି...

କୋଟିଆ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ଦୃଢ଼ ବୟାନ, ଆନ୍ଧ୍ରକୁ ଦିଆଯିବନି ଇଞ୍ଚେ ଜମି...


ଭୁବନେଶ୍ୱର, ୨୭/୧୦(ନି.ପ୍ର): କୋଟିଆ ଓଡ଼ିଶାର ଥିଲା, ଅଛି ଏବଂ ଭବିଷ୍ୟତରେ ମଧ୍ୟ ଓଡ଼ିଶାର ହୋଇ ରହିବ। କୌଣସି ପରିସ୍ଥିତିରେ କୋଟିଆକୁ ଆନ୍ଧ୍ରପ୍ରଦେଶ ହାତକୁ ଟେକି ଦିଆଯିବ ନାହିଁ। 

           Ad..


କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ଏଭଳି ଦୃଢ଼ ମନ୍ତବ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ଲୋକସେବା ଭବନରେ ଅନୁଷ୍ଠିତ କୋଟିଆ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଏହା କହିଛନ୍ତି।

Ad..


ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ କୋରାପୁଟ ଜିଲ୍ଲାପାଳ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।ବୈଠକରେ କୋଟିଆ ଅଞ୍ଚଳର ସାମଗ୍ରିକ ବିକାଶକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

Ad..


ବିଶେଷକରି ଅଞ୍ଚଳରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ହୋଇଥିଲା।ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, କୋଟିଆ କେବଳ ଏକ ସୀମାନ୍ତ ଅଞ୍ଚଳ ନୁହେଁ, ଏହା ଓଡ଼ିଶାର ଅସ୍ମିତାର ପ୍ରତୀକ। 

ତେଣୁ ଏହି ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କୋଟିଆର ବିକାଶ ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ସେ ପ୍ରକାଶ କରିଥିଲେ।ଏଥିସହ କୋଟିଆ ଉପରେ ଆନ୍ଧ୍ରପ୍ରଦେଶ କାହିଁକି ଦାବି କରୁଛି ବୋଲି ମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ। 

କୋଟିଆକୁ ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ଏହି ଅଞ୍ଚଳର ବିକାଶ ଓ ସ୍ୱାର୍ଥର ସୁରକ୍ଷା ପ୍ରତି ସରକାରଙ୍କ ଗୁରୁତ୍ୱ ରହିଥିବା ଦୋହରାଇଥିଲେ।



Edited by k.s thakur...

Post a Comment

Previous Post Next Post

Tulsi nxt

Odisha Chronicle News

Ads