କୋଟିଆରେ ଜଟିଳ ପରିସ୍ଥିତି ପାଇଁ ଡବଲ୍‌ ଇଞ୍ଜିନ୍ ସରକାର ଦାୟୀ: ଭକ୍ତ ଦାସ...

କୋଟିଆରେ ଜଟିଳ ପରିସ୍ଥିତି ପାଇଁ ଡବଲ୍‌ ଇଞ୍ଜିନ୍ ସରକାର ଦାୟୀ: ଭକ୍ତ ଦାସ...


କୋରାପୁଟ,୨୭/୧୦(ନି.ପ୍ର): ଓଡ଼ିଶାର ସୀମାନ୍ତ ଅଞ୍ଚଳ କୋଟିଆରେ ଦୀର୍ଘଦିନର ଅବହେଳା ଓ ପ୍ରଶାସନିକ ବିବାଦ ଯୋଗୁଁ ଆଜି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ରାଜ୍ୟର ଡବଲ୍‌ ଇଞ୍ଜିନ୍ ସରକାର ସିଧାସଳଖ ଦାୟୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି।

           Ad..


ମଙ୍ଗଳବାର କଂଗ୍ରେସର ଏକ ପ୍ରତିନିଧି ଦଳ ସହ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Ad..


ଭକ୍ତ ଦାସ କହିଛନ୍ତି ଯେ, ୧୯୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହେବା ଦିନଠାରୁ କୋଟିଆ ଓଡ଼ିଶାର ଅଂଶ ହୋଇ ରହିଆସିଛି। ୧୯୫୬ରେ ଆନ୍ଧ୍ରପ୍ରଦେଶ ଗଠନ ସମୟରେ ମଧ୍ୟ କୋଟିଆ ଉପରେ ଏଭଳି ଦାବି ହୋଇ ନଥିଲା। 

     Ad..


ମାତ୍ର ବର୍ତ୍ତମାନ ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାର କୋଟିଆର ସୁରକ୍ଷା ଓ ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଛନ୍ତି।କୋଟିଆର ପ୍ରତ୍ୟେକ ପରିବାରର ଆର୍ଥିକ ଓ ସାମାଜିକ ବିକାଶକୁ ପ୍ରାଥମିକତା ଦେବା ସହ ସମ୍ବିଧାନର ଧାରା ୩୭୧ ଅନୁସାରେ ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। 

କୋଟିଆବାସୀଙ୍କ ସମ୍ମାନ, ସ୍ୱାଭିମାନ ଓ ଜୀବନଜୀବିକାର ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।ଏଥିସହ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ତୁରନ୍ତ ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ଭକ୍ତ ଦାସ ଦାବି କରିଛନ୍ତି। 

କୋଟିଆରେ ଓଡ଼ିଶାର ନିର୍ବାଚିତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ରହିଥିବା ବେଳେ ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ ନିଜର ବୋଲି ଦାବି କରିବାର କୌଣସି ଯୁକ୍ତି ନାହିଁ ବୋଲି ସେ ମତ ଦେଇଛନ୍ତି।ଗସ୍ତ ସମୟରେ କଂଗ୍ରେସ ପ୍ରତିନିଧି ଦଳ ଗଞ୍ଜେଇପଦର, ଉପରସେମ୍ବି ଓ ନେରେଡିବାଲାସା ସମେତ ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିଥିଲେ। 

ଓଡ଼ିଶା ସରକାରଙ୍କ ପକ୍ଷରୁ ମାସିକ ୧ ହଜାର ଟଙ୍କା ଭତ୍ତା ମିଳୁଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ୪ ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରୁଥିବା ଗ୍ରାମବାସୀମାନେ ପ୍ରତିନିଧି ଦଳକୁ ଜଣାଇଥିଲେ। ଆନ୍ଧ୍ର ପ୍ରଶାସନ ପକ୍ଷରୁ ରାସନ କାର୍ଡ ସହ ବିଭିନ୍ନ ଆର୍ଥିକ ପ୍ରଲୋଭନ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଓଡ଼ିଶାର ସରକାରୀ ସହାୟତା ପାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ବାରମ୍ବାର ବ୍ୟାଙ୍କ ଦୌଡ଼ିବାକୁ ପଡୁଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆନ୍ଧ୍ର ଅଧିକାରୀମାନେ ନିୟମିତ ଭାବେ କୋଟିଆ ଅଞ୍ଚଳରେ ପ୍ରବେଶ କରି ବିଭିନ୍ନ କାର୍ଯ୍ୟକଳାପ ଚଳାଉଥିବା ନେଇ ମଧ୍ୟ କଂଗ୍ରେସ ଅଭିଯୋଗ ଉଠାଇଛି।

ଏହି ଗସ୍ତରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, ବିଷମକଟକ ବିଧାୟକ ନୀଳମାଧବ ହିକକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ...

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ଡିସିସି ସଭାପତି ରୂପକ ତୁରୁକଙ୍କ ସମେତ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ।କୋଟିଆ କେବଳ ଏକ ସୀମା ବିବାଦର ପ୍ରସଙ୍ଗ ନୁହେଁ, ବରଂ ଏହା ଓଡ଼ିଶାର ସ୍ୱାଭିମାନ ଓ ଅଧିକାରର ପ୍ରଶ୍ନ ବୋଲି କଂଗ୍ରେସ ମତ ପ୍ରକାଶ କରିଛି।



Edited by k.s thakur...

Post a Comment

Previous Post Next Post

Tulsi nxt

Odisha Chronicle News

Ads