ଅତ୍ୟାଧୁନିକ ତାଳବଣିଆ ଥାନା ଉଦ୍‌ଘାଟିତ ; ସାଧାରଣ ଲୋକଙ୍କ ବନ୍ଧୁ, ଅପରାଧୀଙ୍କ ପାଇଁ କଠୋର ହୁଅ : ମୁଖ୍ୟମନ୍ତ୍ରୀ...

ଅତ୍ୟାଧୁନିକ ତାଳବଣିଆ ଥାନା ଉଦ୍‌ଘାଟିତ ; ସାଧାରଣ ଲୋକଙ୍କ ବନ୍ଧୁ, ଅପରାଧୀଙ୍କ ପାଇଁ କଠୋର ହୁଅ : ମୁଖ୍ୟମନ୍ତ୍ରୀ...


ପୁରୀ,୦୫/୦୬(ନି.ପ୍ର): ପୁଲିସମାନେ ସାଧାରଣ ଲୋକଙ୍କ ପାଇଁ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ଅପରାଧୀଙ୍କ ପାଇଁ କଠୋର ହୁଅନ୍ତୁ। ଆଇନ ଅନୁଯାୟୀ ପ୍ରକ୍ରିୟା ସଂପାଦନ କରିବା ହେଉଛି ଆପଣମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ।

Ad..


ଗତକାଲି ପୁରୀ ତାଳବଣିଆଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ ଭିତ୍ତିଭୂମିକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆହ୍ବାନ ଦେଇଛନ୍ତି। 

ଏହାସହ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ ଏସ୍‌ଡିପିଓ କାର୍ଯ୍ୟାଳୟ, ଯାଜପୁରର ବ୍ରହ୍ମବରଦା ଥାନା, ତୃତୀୟ ବାଟାଲିୟନ୍‌ କୋରାପୁଟର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହ ସମେତ ଭୁବନେଶ୍ବର, କଟକ ଓ ଯାଜପୁରରେ ସର୍ବମୋଟ ୬୫୮ଟି ଡିଇଏଫ୍‌ ଟାଇପ୍‌ ପୁଲିସ ଆବାସିକ ଗୃହର ମଧ୍ୟ ଲୋକାର୍ପଣ କରିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ୱାରା ପ୍ରାୟ ୧୯୫ କୋଟି ଟଙ୍କା ଏଥି ପାଇଁ ବିନିଯୋଗ ହୋଇଛି।ସାଇବର ଅପରାଧ ଏବଂ ସଙ୍ଗଠିତ ଅପରାଧ ସାରା ବିଶ୍ବ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। 

ଏହାର ସଫଳ ମୁକାବିଲା ପାଇଁ ଆମକୁ ନୂତନ ପ୍ରଯୁକ୍ତିବିଦ୍ୟା ଆପଣେଇ ସକ୍ରିୟ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉଦ୍‌ଘାଟନୀ ଉତ୍ସବରେ ପୁରୀ ସାଂସଦ ସମ୍ବିତ ପାତ୍ର, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ପୁରୀ ବିଧାୟକ ସୁନୀଲ ମହାନ୍ତି...

ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post