Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା...

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା... ଭୁବନେଶ୍ୱର,୨୦/୦୫(ନି.ପ୍ର): ଭୁବନେଶ୍ୱରଠାରେ ଆୟୋଜିତ ହେଉଥିବା ଆଜିର ଜୋନାଲ କନ୍ଫରେନ୍ସର...

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା...


ଭୁବନେଶ୍ୱର,୨୦/୦୫(ନି.ପ୍ର): ଭୁବନେଶ୍ୱରଠାରେ ଆୟୋଜିତ ହେଉଥିବା ଆଜିର ଜୋନାଲ କନ୍ଫରେନ୍ସରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଏଗ୍ରିକଲଚର ପ୍ରଡ଼କ୍ସନ କ୍ଲଷ୍ଟର ଓ କୃଷି ଉଦ୍ୟୋଗୀଙ୍କ ଦ୍ୱାରା ଶଙ୍କର ଏବଂ ଏଲିଟ୍ କିସମର ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଥିଲା। 

Ad..


ବିଭିନ୍ନ ଜିଲ୍ଲାରୁ ଏବଂ କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ ସଂସ୍ଥା ତରଫରୁ ୩୫ରୁ ୪୦କିସମର ଆମ୍ବ ଏଥିରେ ସ୍ଥାନ ପାଇଥିଲା।ସେଥି ମଧ୍ୟରୁ ମୟୂରଭଞ୍ଜରୁ ଆସିଥିବା ସିମିଲଟନ୍ ସୁନ୍ଦରୀର ନାଲିରଙ୍ଗ ବେଶ୍ ଆକର୍ଷିତ କରିଥିଲା। 

    Ad..


ଏତଦ୍ବ୍ୟତୀତ କିଲୋ ପ୍ରତି ୧୦୦୦ଟଙ୍କାରୁ ଊର୍ଦ୍ଧ୍ୱ ଦାମରେ ବିକ୍ରି ହେଉଥିବା ମିଆଜାକି ଆମ୍ବ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଥି ସହିତ କେଉଁଝରର ବଳଦେବ କିସମ, ବଲାଙ୍ଗିରର ଜାହାଙ୍ଗିର ଓ ଢେଙ୍କାନାଳର ବେଲଗଜା ଏବଂ ଅନେକ ଶଙ୍କର ଓ ଉନ୍ନତ କିସମର ଆମ୍ବ ଯଥା-ଆର୍କା ନିଳାଚଳ, କେଶରୀ, ଆର୍କା ପୁନିତ, ଆର୍କା ସୁପ୍ରଭାତ, ଆର୍କା ଉଦୟ, ଅମ୍ବିକା ଇତ୍ୟାଦି କୃଷି ଉଦ୍ୟୋଗୀଙ୍କ ତରଫରୁ ପ୍ରଦର୍ଶିତ କରାଯାଇଥିଲା।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ପୂର୍ବାଞ୍ଚଳ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀ ଏହି ଷ୍ଟଲକୁ ପ୍ରଦର୍ଶନ କରିଥିଲେ ଓ ଓଡ଼ିଶାର ବିଭିନ୍ନ ଆମ୍ବ କିସମ ଦେଖି ଭୂୟସୀ ପ୍ରଶଂସା କରିଥିଲେ। 

ଏଥିରୁ ଅନୁମାନ କରି ହେଉଛି ଅନୁକୂଳ ଜଳବାୟୁ, ଚାଷୀଙ୍କ ପ୍ରୟାସ ଓ କୃଷି ଉତ୍ପାଦକ ସଂଗଠନ ଯୋଗୁଁ ରାଜ୍ୟରେ ଆମ୍ବ ଉତ୍ପାଦନ ଦିନକୁ ଦିନ ବଢ଼ି ଚାଲିଛି । 

ଗୁଣାତ୍ମକ ମାନର ଆମ୍ବ ଏଫ୍ପିଓମାନଙ୍କ ଦ୍ୱାରା ଏକତ୍ରିକରଣ କରି ବାହାର ରାଜ୍ୟ ଓ ଦେଶକୁ ରପ୍ତାନୀ କରି ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସୂଚନାଯୋଗ୍ୟ ଯେ, ନିକଟରେ ଢେଙ୍କାନାଳର ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ରପ୍ତାନି ହୋଇଛି।



Edited by k.s thakur...

No comments