ସମବାୟ ବ୍ୟାଙ୍କ୍ରେ ଋଣ ଜାଲିଆତି, ୩ ବ୍ୟାଙ୍କ କର୍ମଚାରୀଙ୍କ ସହ ଋଣ ଗ୍ରହିତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ... ମୟୂରଭଞ୍ଜ,୦୧/୦୫(ନି.ପ୍ର): ଜାଲ କାଗଜ ପତ୍ରରେ ଲକ୍...
ସମବାୟ ବ୍ୟାଙ୍କ୍ରେ ଋଣ ଜାଲିଆତି, ୩ ବ୍ୟାଙ୍କ କର୍ମଚାରୀଙ୍କ ସହ ଋଣ ଗ୍ରହିତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ...
ମୟୂରଭଞ୍ଜ,୦୧/୦୫(ନି.ପ୍ର): ଜାଲ କାଗଜ ପତ୍ରରେ ଲକ୍ଷାଧିକ ଟଙ୍କାର ଋଣ ପ୍ରଦାନ କରିଥିଲେ। ଏହି ମାମଲାରେ ଋଣ ଗ୍ରହିତାଙ୍କ ସହ ବାରିପଦା ସହରାଞ୍ଚଳ ସମବାୟ ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ସମେତ ୩ଜଣ ବ୍ୟଶଙ୍କ କର୍ମଚାରୀଙ୍କୁ ଆଜି ଦଣ୍ଡବିଧାନ କରାଯାଇଛି।
Ad..
ସୂଚନାନୁସାରେ, ରାଇରଙ୍ଗପୁରର ସଲୀଳ ଅଗ୍ରୱାଲ୍ ନାମକ ଜଣେ ବ୍ୟକ୍ତି ବାରିପଦା ସହରାଞ୍ଚଳ ସମବାୟ ବ୍ୟାଙ୍କ୍ରୁ ଋଣ ଆବେଦନ କରିଥିଲେ। ଏଥିପାଇଁ ସେ ନକଲି ଦସ୍ତାବିଜ ଦାଖଲ କରିଥିଲେ ଓ ପର୍ଯ୍ୟାପ୍ତ ସେକ୍ୟୁରିଟି ଦେଇନଥିଲେ।
Ad..
ବ୍ୟାଙ୍କ୍ର ତତ୍କାଳୀନ ରାଇରଙ୍ଗପୁର ଶାଖା ପରିଚାଳକ ଆଶୁତୋଷ ମହାନ୍ତି (ବର୍ତ୍ତମାନ ବରଖାସ୍ତ), ବାରିପଦା ସହରାଞ୍ଚଳ ସମବାୟ ବ୍ୟାଙ୍କ୍ ଶାଖାର ପୂର୍ବତନ ମୁଖ୍ୟନିର୍ବାହୀ (ବର୍ତ୍ତମାନ ଅବସରପ୍ରାପ୍ତ) କାନ୍ତିଲାଲ ମୁଗ୍ରୀ...
Ad..
ବାରିପଦା ସହରାଞ୍ଚଳର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି କୃପାସିନ୍ଧୁ ମହାନ୍ତ ନକଲି ଦସ୍ତାବିଜ ଦାଖଲ ହୋଇଥିବା ଜାଣି ମଧ୍ୟ ସଲୀଲଙ୍କୁ ଲକ୍ଷାଧିକ ଟଙ୍କାର ଋଣ ପ୍ରଦାନ କରିଥିଲେ। ଅଭିଯୋଗ ପରେ ଏହି ଘଟଣାରେ ଦୁର୍ନୀତି ନିବାରଣ ବିଭାଗ ଦୁର୍ନୀତି ନିବାରଣ ଆଇନ (ପିସି ଆକ୍ଟ ୧୯୮୮)ର ଧାରା ୧୩(୨), ୧୩(୧)(ଗ), ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୪୧୮, ୪୨୦ ଓ ୧୨୦-ଖରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
Ad..
ତଦନ୍ତରେ ଉକ୍ତ ବ୍ୟଙ୍କ୍ କର୍ମଚାରୀଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିଲା। ବ୍ୟାଙ୍କର ନିୟମ ଖିଲାପ କରି ୧୫.୫୮ ଲକ୍ଷ ଟଙ୍କା ଜାଲିଆତି କରିଥିବା ଧରାପଡ଼ିଥିଲା। ଏହି ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ଆଜି ବାରିପଦା ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ଋଣ ଗ୍ରହିତାଙ୍କ ସମେତ ୩ ବ୍ୟାଙ୍କ୍ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି।
ଦଣ୍ଡବିଧାନରେ ପ୍ରତ୍ୟେକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବର୍ତ୍ତମାନ ଭିଜିଲାନ୍ସ ବିଭାଗ ଦୋଷୀ ମୁଖ୍ୟ ନିର୍ବାହୀ କାନ୍ତିଲାଲ ମୁଗ୍ରୀଙ୍କ ପେନ୍ସନ ବନ୍ଦ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାଯାଇଛି।
Edited by k.s thakur...






No comments