Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ସରକାରୀ ଅଧିକାରୀଙ୍କୁ ବାରମ୍ବାର ବିଜେପି ନେତା ଦୁର୍ବ୍ୟବହାର କରିବା ନିନ୍ଦନୀୟ : ବିଜେଡି...

ସରକାରୀ ଅଧିକାରୀଙ୍କୁ ବାରମ୍ବାର ବିଜେପି ନେତା ଦୁର୍ବ୍ୟବହାର କରିବା ନିନ୍ଦନୀୟ : ବିଜେଡି... ଭୁବନେଶ୍ଵର,୧୯/୦୫(ନି.ପ୍ର) : ଗତ ୧୬ ତାରିଖରେ ପୁଣିଥରେ ଜଣେ ସରକାରୀ ଅଧ...

ସରକାରୀ ଅଧିକାରୀଙ୍କୁ ବାରମ୍ବାର ବିଜେପି ନେତା ଦୁର୍ବ୍ୟବହାର କରିବା ନିନ୍ଦନୀୟ : ବିଜେଡି...


ଭୁବନେଶ୍ଵର,୧୯/୦୫(ନି.ପ୍ର) : ଗତ ୧୬ ତାରିଖରେ ପୁଣିଥରେ ଜଣେ ସରକାରୀ ଅଧିକାରୀ ବିଜେପି ନେତା ଅରିନ୍ଦମ ରାୟଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । 

        Ad..


ବିଜେପି କ୍ଷମତାକୁ ଆସିବା ପରେ ଦଳର ନେତା ଓ କର୍ମୀ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଓ ଘଟଣାରେ ସରକାର ଚୁପ୍ ରହିବାକୁ ନେଇ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ।

     Ad..


ଗତକାଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ଓ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ବିଜେପି ସରକାରରେ ସରକାରୀ ଅଧିକାରୀ ମାନେ ବାରମ୍ବାର ଦୁର୍ବ୍ୟବହାରର ଶିକାର ହେବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । 

ବିଜେପି ସରକାରକୁ ଆସିଲା ପରେ ରାଜ୍ୟରେ ରାଜ୍ୟରେ ହିଂସା, ନାରୀ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ସରକାରଙ୍କ ଛତ୍ରଛାୟା ତଳେ ରହି ହିଂସା ଘଟାଇବାକୁ ପଛାଉ ନାହାନ୍ତି ବିଜେପି ନେତା ଓ କର୍ମୀ । ଏପରି ଘଟଣାରେ ସରକାର ଚୁପ୍ ରହିବା ଦୁର୍ଭାଗ୍ୟଜନକ।

ଇପ୍ସୀତା ସାହୁ କହିଥିଲେ ଯେ, ବିଜେପି ନେତା ଅରିନ୍ଦମ ରାୟ ଦୁଇ ଦିନ ତଳେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଯେଉଁଭଳି ଭାବେ ଜଣେ ଏବିଡିଓଙ୍କୁ ଦୃର୍ବ୍ୟବହାର କଲେ ତାହା ଅତ୍ୟନ୍ତ ଦୁଃଖଦାୟକ। ଅରିନ୍ଦମ କେବଳ ଅଭଦ୍ରାମୀ କରିନାହାନ୍ତି, ଔଦ୍ଧତ୍ୟର ସବୁ ସୀମା ଟପିଯାଇଛନ୍ତି। 

ସରକାରୀ ଅଧିକାରୀଙ୍କୁ ସେ ଦୁର୍ବୃ୍ୟବହାର କରିବା ସମୟରେ ଆଠଗଡ଼ର ଜଣେ ବିଜେପି ନେତା ମଧ୍ୟ ସେଠି ଉପସ୍ଥିତ ଥିଲେ। ମାଳିକାରେ ଗୋଟେ କଥା ଲେଖାଅଛି “ମୁର୍ଖ ବସିବେ ମଞ୍ଚରେ, ପଣ୍ଡିତ ମାରିବେ ତାଳି”। 

ବିଜେପି ସରକାରରେ ସେହିଭଳି ଦେଖିବାକୁ ମିଳୁଛି। ଏଠି ମୁର୍ଖ ମାନେ ଅଭଦ୍ରାମୀ କରୁଥିବା ବେଳେ, ପଣ୍ଡିତ ମାନେ ବସି ସେମାନଙ୍କ ମାଙ୍କଡ଼ ନାଚ ଦେଖୁଛନ୍ତି । ଜଣେ ସରକାରୀ କର୍ମଚାରୀ ହେବା ପାଇଁ କେତେ ପରିଶ୍ରମ କରିବାକୁ ପଡେ, ତାହା ବିଜେପି ନେତା ମାନେ ଜାଣିନାହାନ୍ତି । 

ଏ ସରକାର ସମୟରେ ସରକାରୀ ଚାକିରି ଖଣ୍ଡେ ମିଳୁନଥିବା ବେଳେ ବିଜେପି ନେତା ମାନେ ଅଭଦ୍ରାମୀର ସବୁ ସୀମା ଟପି ସରକାରୀ ଅଫିସର ମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିଚାଲିଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ୍ ପ୍ରଶାସନ, ପୋଲିସ୍ ମହାନିଦେ୍ର୍ଦଶକ ଓ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହୁଛନ୍ତି? 

ଅରିନ୍ଦମ ରାୟ ଯେଉଁ ହିସାବରେ ବ୍ୟବହାର କରୁଥିଲେ ତାହା ଗ୍ରହଣ ଯୋଗ୍ୟ ନୁହେଁ । ଅରିନ୍ଦମ ରାୟ ଆଉ ଗୋଟେ ଭିଡ଼ ହିଂସା କରିବାର ପ୍ରଚେଷ୍ଟାରେ ନଥିଲେ ତ ? ପୂର୍ବରୁ ଭୁବନେଶ୍ୱରରେ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ବନ୍ଧା ହୋଇ ଜେଲ ଯାଇଥିଲେ । 

ତେବେ ଅରିନ୍ଦମ ରାୟ କାହିଁକି ଜେଲ ଯିବେନି। ଡ଼ ଲେନିନ ମହାନ୍ତି କହିଥିଲେ ଯେ, କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଅରିନ୍ଦମ ରାୟ ଏବିଡିଓଙ୍କୁ ଦୁର୍ବ୍ୟବହାର କରିବା ଓ ଜଣେ ମହିଳା ଜିପିଓଙ୍କ ସହ ଯେଉଁଭଳି ଭାବେ ବଚସା କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 

ବିଜେପି ସର୍ବଦା ନାରୀ ବନ୍ଦନାର କଥା କହୁଥିବା ବେଳେ ନାରୀ ଦହନ କରିବା ନିନ୍ଦନୀୟ । ବିଜେପି ସରକାରକୁ ଆସିଲା ପରେ ଓଡ଼ିଶାରେ ବର୍ବରତାର ସବୁ ସୀମା ଟପିଯାଇଛି । ଆଶ୍ଚର୍ଯ୍ୟର କଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଜେପି କର୍ମକର୍ତ୍ତାଙ୍କ ଏଭଳି ଅଭଦ୍ରାମୀ ଦେଖୁଛନ୍ତି ନା ନାହିଁ ? 

ବିଜେପିର ସତ୍ସାହାସ ନାହିଁ ଅରିନ୍ଦମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ । ଓଡ଼ିଶାରେ ବାରମ୍ବାର ହିଂସା ଘଟୁଥିବାରୁ ସାଧାରଣ ଜନତା ଭୟଭୀତ ହୋଇପଡ଼ିଛନ୍ତି । ବିଜେପି ନେତାମାନେ ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । 

ବିଜେଡି ଆଶା କରୁଛି ନୀତିନ ନବୀନ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଶାନ୍ତିପି୍ରୟ ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଉଁ ଉଦ୍ୟମ କରୁଛନ୍ତି, ତାହା ଆଗକୁ ସଫଳ ହେବାକୁ ଦେବ ନାହିଁ ବିଜୁ ଜନତା ଦଳ।



Edited by k.s thakur...

No comments