Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ନୂତନ ଜ୍ଞାନକୌଶଳ ବିକାଶରେ ସୁରକ୍ଷାକୁ ଗୁରୁତ୍ବ ଦେବା ଉଚିତ: ଡିଜିପି କ୍ରାଇମ୍ ବ୍ରାଂଚ...

ନୂତନ ଜ୍ଞାନକୌଶଳ ବିକାଶରେ ସୁରକ୍ଷାକୁ ଗୁରୁତ୍ବ ଦେବା ଉଚିତ:  ଡିଜିପି କ୍ରାଇମ୍ ବ୍ରାଂଚ... ଭୁବନେଶ୍ୱର,୩୦/୦୪(ନି.ପ୍ର):  ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ...

ନୂତନ ଜ୍ଞାନକୌଶଳ ବିକାଶରେ ସୁରକ୍ଷାକୁ ଗୁରୁତ୍ବ ଦେବା ଉଚିତ:  ଡିଜିପି କ୍ରାଇମ୍ ବ୍ରାଂଚ...


ଭୁବନେଶ୍ୱର,୩୦/୦୪(ନି.ପ୍ର): ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି ।

        Ad..


ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ "ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଙ୍ଗ ଟେକନୋଲୋଜିସ୍‌- ସିକ୍ୟୁରିଙ୍ଗ ଟୁମୋରୋଜ ଇଂଟେଲିଜେଂଟ ସିଷ୍ଟମ' ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ ଅତିଥି ଭାବେ ଯୋଗଦେଇ...

    Ad..


ନିଜ ବକ୍ତବ୍ୟରେ ଶ୍ରୀମିଶ୍ର କହିଥିଲେ ଯେ ନୂତନ ଜ୍ଞାନକୌଶଳ ବିକଶିତ କରିବା ସମୟରେ ସୁରକ୍ଷା ଦିଗକୁ ଯେଭଳି ସୁଦୃଢ଼ କରାଯିବ ସେଥି ନିମନ୍ତେ ସ୍ୱତନ୍ତ୍ର ଯତ୍ନ ନେବାର ଆବଶ୍ୟକତା ରହିଛି।

Ad..


ଶ୍ରୀମିଶ୍ର କହିଥିଲେ ଯେ ଯେଉଁ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ କମ୍ପାନୀଗୁଡିକ ନୂତନ ଜ୍ଞାନକୌଶଳର ଆରମ୍ଭ କରୁଛନ୍ତି ସେମାନେ ତାଙ୍କ ଲାଭାଂଶରୁ କିଛି ଅଂଶ ଅପରାଧ ନିୟନ୍ତ୍ରଣ ଏବଂ ବୈଷୟିକ ସମସ୍ୟାଗୁଡିକୁ ସମାଧାନ କରିବା ଦିଗରେ ଖର୍ଚ୍ଚ କରିବା ଆବଶ୍ୟକ । 

Ad..


ସୋଆ ପକ୍ଷରୁ ସାଇବର ଅପରାଧ ନେଇ ଆୟୋଜିତ ହୋଇଥିବା ଏହି ସମ୍ମିଳନୀକୁ ନେଇ ଖୁସି ବ୍ୟକ୍ତ କରିବା ସହ ଗବେଷକମାନେ ଏଭଳି ସମସ୍ୟାର ସମାଧାନର ବାଟ ଖୋଜିବାକୁ ଅନୁରୋଧ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡାଟା ସିକ୍ୟୁରିଟି କାଉନସିଲ୍ ଅଫ ଇଣ୍ଡିଆର ସିଇଓ ଶ୍ରୀ ବିନାୟକ ଗଡସେ, ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟାରୀଏଟ୍‌, ପିଏମଓର ପୂର୍ବତନ ଅଧିକାରୀ ଲେଫ୍ଟନାଂଟ ଜେନେରାଲ୍ ଏମ୍‌ୟୁ ନାୟାର, ଇଂଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିଅନ, ଜେନେଭା ପକ୍ଷରୁ କିଶୋର ନାରଙ୍ଗ...

ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ୍‌ ଇଣ୍ଡିଆର ବରିଷ୍ଠ ଉପଦେଷ୍ଟା ବିକ୍ରମ ତିୱାଥିଆ ଓ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଏନ୍‌ କେ ଗୋୟଲ, ପ୍ରାଇସ୍ ୱାଟରହାରସ୍ କୁପର୍ସ (ପିଡବ୍ଲୁସ) ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ଦେବବ୍ରତ ନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଏଆଇସି ସୋଆ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ। 

ଆଡିସିନାଲ ତିନ୍ ଷ୍ଟୁତୋଟ ଆଫେୟାର୍ସ, ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସମାପ୍ତ ହେବାପରେ ଅତିଥିମାନଙ୍କ ଦ୍ଵାରା ଏକ ଷ୍ଟାର୍ଟଅପ ପ୍ରଦର୍ଶନୀ ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।



Edited by k.s thakur...

No comments