Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ପୁରୀରେ IPL ବେଟିଂ ରାକେଟ; ୪ ଗିରଫ...

ପୁରୀରେ IPL ବେଟିଂ ରାକେଟ ; ୪ ଗିରଫ... ପୁରୀ,୩୦/୦୪(ନି.ପ୍ର): ପୁରୀରେ IPLକୁ କେନ୍ଦ୍ର କରି ଚାଲୁଥିବା ବିଶାଳ ବେଟିଂ ରାକେଟକୁ ଧରିଛି ପୋଲିସ। ଏ ନେଇ ପ୍ରେସ୍‌ମିଟ୍‌...

ପୁରୀରେ IPL ବେଟିଂ ରାକେଟ ; ୪ ଗିରଫ...

ପୁରୀ,୩୦/୦୪(ନି.ପ୍ର): ପୁରୀରେ IPLକୁ କେନ୍ଦ୍ର କରି ଚାଲୁଥିବା ବିଶାଳ ବେଟିଂ ରାକେଟକୁ ଧରିଛି ପୋଲିସ। ଏ ନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଏସ୍‌ପି ପ୍ରତୀକ ସିଂହ। ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ଅନ୍ୟ ୩ ଜଣ ଗିରଫ ହୋଇଛନ୍ତି। 
Ad..


ସେମାନଙ୍କ ନିକଟରୁ ୨୫ ଲକ୍ଷ ୩୫ ହଜାର ଟଙ୍କା ଓ ୬ଟି ମୋବାଇଲ ଜବତ ହୋଇଛି। ‘ସ୍କାଏ ଏକ୍ସଚେଞ୍ଜ’ ନାମକ ଆପ୍‌ ମାଧ୍ୟମରେ ଏହି ଅବୈଧ କାରବାର ଚାଲୁଥିବା ଖୁଲାସା କରିଛି ପୋଲିସ।ତଦନ୍ତରୁ ଜଣାପଡ଼ିଛି ଯେ, ଏହି ରାକେଟ ଏକ ନେଟୱାର୍କ ଭାବେ କାମ କରୁଥିଲା। 
    Ad..

ଲୋକମାନେ ଆପ୍‌ରେ ଟଙ୍କା ଜମା କରି ପଏଣ୍ଟ ନେଉଥିଲେ ଏବଂ ସେହି ପଏଣ୍ଟ ଦ୍ୱାରା ଆଇପିଏଲ ମ୍ୟାଚରେ ବେଟିଂ କରୁଥିଲେ। ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ମାସିକ ୨୨ ହଜାର ଟଙ୍କା ଦେଇ ଅଧିକ ଲୋକଙ୍କୁ ଏହି ଜାଲରେ ଆଣାଯାଉଥିଲା।
Ad..


ପୋଲିସ ୧୦ଟି ବ୍ୟାଙ୍କ ଖାତାରେ ଥିବା ୩୧ ଲକ୍ଷ ୮୧ ହଜାର ଟଙ୍କାକୁ ଜବତ କରିଛି। ସବୁଠୁ ବଡ କଥା ହେଲେ, ସଦସ୍ୟମାନେ ହ୍ବାଟସଆପ୍‌ରେ ଗୋଟିଏ ଅଜଣା ବ୍ୟକ୍ତିକୁ ‘ବସ’ ବୋଲି ସମ୍ବୋଧନ କରୁଥିଲେ। ଏବେ ପ୍ରଶ୍ନ, କିଏ ସେ ‘ବସ’? ପୁରୀ ପୋଲିସ ଏହି ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜୋରଦାର କରିଛି।
Ad..






Edited by k.s thakur...

No comments