Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

୫୫ ବର୍ଷ ବୟସରେ ବୁଢୀମା ପିଠିରେ ଦୁଇ ନାତୁଣୀଙ୍କ ବୋଝ...

୫୫ ବର୍ଷ ବୟସରେ ବୁଢୀମା ପିଠିରେ ଦୁଇ ନାତୁଣୀଙ୍କ ବୋଝ... ମୁରିବାହାଲ,୩୦/୦୪ (ଶଙ୍କର ମାଝୀ ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ପାତଳ ପଡା ଗ୍ରାମ ର “...

୫୫ ବର୍ଷ ବୟସରେ ବୁଢୀମା ପିଠିରେ ଦୁଇ ନାତୁଣୀଙ୍କ ବୋଝ...


ମୁରିବାହାଲ,୩୦/୦୪ (ଶଙ୍କର ମାଝୀ ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ପାତଳ ପଡା ଗ୍ରାମ ର “ହାତେକ୍ ରୁ ଦୁଇ ହାତ” ଶବ୍ଦକୁ ଭୁଲ ପ୍ରମାଣିତ କରିଥିବା ଜଣେ ୫୫ ବର୍ଷୀୟା ବୁଢ଼ୀ ମା’ଙ୍କ କାନ୍ଧରେ ଦୁଇ ନାତୁଣୀଙ୍କ ବୋଝ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟୀଛନ୍ତି। 

Ad..


ଯବାନ ବୋହୂ ଅଜଣା ରୋଗରେ ଆରପାରିକୁ ଚାଲି ଯାଇଥିଲା ହେଲେ କୋଳରେ ଜନ୍ମ ଦେଇଥିବା ଦୁଇ ଶିଶୁ କନ୍ୟା ଅନିଶ୍ଚିତ ଜୀବନ ନେଇ ରହିଗଲେ । ସ୍ତ୍ରୀ ମୃତ୍ୟୁ ପରେ ବାପା ମଧ୍ୟ ଶିଶୁ କନ୍ୟା ମାନଙ୍କୁ ପର କରିଦେଲା। 

   Ad..


ଶିଶୁ ମାନଙ୍କ ପାଇଁ ପିତୃତ୍ଵ ମଧ୍ୟ କଠୋର ହୋଇଗଲା  । ଖଟିଲେ ଖାଇବା ସ୍ଥିତି ଥାଇ ମଧ୍ୟ ଗାଁରେ ରହିଥିବା ମଣିଷ ମାନଙ୍କ ହାତରେ ରୋଜଗାର ନାହିଁ । ବର୍ଷାରେ କିଛି ଶସ୍ୟ ଉତ୍ପାଦନ କରି ଜୀବନ ଧାରଣ କରିଥାନ୍ତି । ତାହା ବି ଏବେ କମି କମି ଆସୁଛି । 

   Ad..


ତିରୁପତି ଦାଦନ ଖଟିବାକୁ ଯାଉଥିବା ସାମାନ୍ୟ ରୋଜଗାର ପନ୍ଥା ବାହାର କରୁଥିବା ବେଳେ ଏବେ ଦାଦନ କଟକଣା ଜୀବନ ଧାରଣ ପନ୍ଥା ପ୍ରତି ଗତିରୋଧ କରିସାରିଲାଣି । ସେଭଳି ଟେଙ୍ଗେରା ଗାଁର ତିର୍ଥ ପରାଭୋଇ ଓ ବୁଧବାରି ପରାଭୋଇ ଙ୍କ ଝିଅ ଜନନୀ ପରାଭୋଇ ସାଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 

Ad..


ଭାଗ୍ୟରେ ଦୁଇ ଝିଅ ନିତୁ ଓ ଶିବାନୀ । ବଡ଼ ଝିଅକୁ ୫ ବର୍ଷ ଓ ସାନ ଝିଅକୁ ୨ ବର୍ଷ ହୋଇଥିବା ବେଳେ ମାଆ ଜନନୀ ଅଜଣା ରୋଗରେ ଆରପାରିକୁ ଚାଲିଗଲେ । ମାଆଙ୍କ ଚାଲିଯିବାର ଶୂନ୍ୟତା ଶିଶୁମାନେ ଭୋଗୁଥିବା ବେଳେ ବାପା ମେଘୁ ମଧ୍ୟ ସେମାନଙ୍କ ପାଇଁ ଦରଦ ହୀନ ହୋଇଗଲା। 

ଦାଦନ ଖଟିବାକୁ ଯାଇ ତିରୁପତି ରେ ରହିଯାଇଛି।କେତେବେଳେ କେମିତି ଘରକୁ ଆସି ଶିଶୁ ମାନଙ୍କ ଯତ୍ନ କରୁ ନଥିବା କଥା ପଡା ଲୋକେ ବୟାନ କରନ୍ତି । ଏଭଳି ସ୍ଥିତିରେ ବୁଢୀମା ପଦୁତୁଲା ପରାଭୋଇ ଦୁଇ ଶିଶୁ କନ୍ୟାଙ୍କୁ କୋଳେଇ ନେଇ ନିଜର ଅଭାବ ସତ୍ତ୍ୱେ ଦୁଇ ଓଳିର ଖାଦ୍ୟ ଓ ସେବା ଯତ୍ନ ମୁଣ୍ଡେଇଲା । 

ଏବେ ବଡ଼ଝିଅ ଅଞ୍ଜଳିର ବୟସ ୫ ଥିବା ବେଳେ ପାତଲପଡା ବିଦ୍ୟାଳୟର ଶିଶୁ ବାଟିକା ରେ ପାଠ ପଢୁଥିବା ଜଣାପଡ଼ିଛି । ସାନ ଝିଅର ବୟସ ଏବେ ୨ ବର୍ଷ। 

ଦୁଇ ଝିଅଙ୍କ ପାଇଁ ପଡି ଚାଉଳ ମିଳୁ ନ ଥିବା ବେଳେ ବୁଢ଼ୀ ମାଆ ପଦୁତୁଲା ପରାଭୋଇ ଙ୍କ ପାଇଁ ଜୀବନ ଧାରଣ ଅନେକ କଷ୍ଟ ଦେଉଥିବା ପ୍ରକାଶ କରିଥିଲେ। ଦୁଇ ମାଆ ଛେଉଣ୍ଡ ଅନାଥିନି ମାନଙ୍କ ପାଇଁ ସରକାରୀ ସହାୟତା ସହିତ ଖାଦ୍ୟ ସୁରକ୍ଷାକୁ ସ୍ଵାଭାବିକ କରିବା ପାଇଁ ଦାବୀ ହେଉଛି।



Edited by k.s thakur...

No comments