Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଜମୁଛି ପାଞ୍ଚ ଦିନିଆ ନୃସିଂହନାଥ ବୈଶାଖ ମେଳା ; ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ସହ ଧ୍ବଜା ବନ୍ଧନ...

ଜମୁଛି ପାଞ୍ଚ ଦିନିଆ ନୃସିଂହନାଥ ବୈଶାଖ ମେଳା ; ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ସହ ଧ୍ବଜା ବନ୍ଧନ... ପାଇକମାଳ,୩୦/୦୪(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପାଇକମାଲ ...

ଜମୁଛି ପାଞ୍ଚ ଦିନିଆ ନୃସିଂହନାଥ ବୈଶାଖ ମେଳା ; ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ସହ ଧ୍ବଜା ବନ୍ଧନ...


ପାଇକମାଳ,୩୦/୦୪(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପାଇକମାଲ ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ଓ ପ୍ରସିଦ୍ଧ ବୈଶାଖ ମେଳା ମହୋତ୍ସବ ଆନନ୍ଦ ଉଲ୍ଲାସ ସହ ପାଳନ ହେଉଛି। 

Ad..


ଆଜି ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପାଳନ ହେଉଥିବା ରୁ ପ୍ରବଳ ଜନସମାଗମ ମଧ୍ୟରେ ମାର୍ଜାରକେଶରୀ ଙ୍କ ସନ୍ଧ୍ୟା ରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି। 

      Ad..


୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଚାଲିଥିବା ବେଳେ ଆଜି ପଞ୍ଚମ ଦିନ ଚତୁର୍ଦଶୀ ତିଥି ଅନୁସାରେ ମନ୍ଦିର ରେ ଜନ୍ମ ଉତ୍ସବ ପୂଜାର୍ଚ୍ଚନା ସହ କନ୍ଧ ସମାଜ ଦ୍ବାରା ମୁଖ୍ୟ ପୂଜା, ଗୁପ୍ତ ପୂଜା, ପିତ ବା ପିଠ କନ୍ଦା ଭୋଗ ଅର୍ପଣ, ମୁଖ୍ୟ ମନ୍ଦିର ରେ ଧ୍ବଜା ବନ୍ଧନ ସହ ପୂଜାର୍ଚ୍ଚନା ହୋମଯଜ୍ଞ ଅନୁଷ୍ଠିତ ହେଉଛି। 

     Ad..


ଏହା ସହ ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ସନ୍ଧ୍ୟା ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗତ  ୨୬ ତାରିଖ ରୁ ମେ ୧ ତାରିଖ ପାଞ୍ଚ ଦିନ ଧରି ଗନ୍ଧମାର୍ଦ୍ଧନ ପାହାଡ଼ରେ ମୂଷିକଦତ୍ୟ ରାକ୍ଷସଙ୍କ ଅଟ୍ଟହାସ୍ୟରେ କମ୍ପିବ ମେଦିନୀ, ଥରହର ହେବ ବାସୁକୀ। 

Ad..


ବୈଶାଖ ମେଳା ମହୋତ୍ସବ ପୂର୍ବରୁ ଲୋକଙ୍କ ମଧ୍ୟରେ ଏକତା, ଭାଇଚାରା, ଉତ୍ସାହ, ଉଦ୍ଦୀପନାର ମାହୋଲ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ କରାଯାଇଥିଲା ନିଆରା ରଙ୍ଗୋଲି ମହୋତ୍ସବ କାର୍ଯ୍ୟକ୍ରମ। 

ବୈଶାଖ ମେଳା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ରଙ୍ଗୋଲି ମହୋତ୍ସବରେ ପଶ୍ଚିମଓଡ଼ିଶାର ସ୍କୁଲ ଓ କଲେଜ ସମେତ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଚିତ୍ରଶିଳ୍ପୀ କାରିଗର ଭାଗ ନେଇଥିଲେ ।



Edited by k.s thakur...

No comments