ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଲପଡ଼ା ସାମ୍ବାଦିକ ସଂଘର ୬ ଦଫା ଦାବିପତ୍ର... ବେଲପଡ଼ା,୩୦/୦୪(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ସାମ୍ବାଦିକ ସଂଘ ପକ୍ଷ...
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଲପଡ଼ା ସାମ୍ବାଦିକ ସଂଘର ୬ ଦଫା ଦାବିପତ୍ର...
ବେଲପଡ଼ା,୩୦/୦୪(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆଜି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
Ad..
ସଂଘର କର୍ମକର୍ତ୍ତା ମାନେ ବେଲପଡ଼ା ତହସିଲଦାର ଅଭିଷେକ କିଷାନଙ୍କୁ ସାକ୍ଷାତ କରି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି।ସାମ୍ବାଦିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଘ ପକ୍ଷରୁ ନିମ୍ନଲିଖୁତ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଛି : ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ କରିବା।
Ad..
ସାମ୍ବାଦିକ ବୀମାରାଶି ଟଙ୍କା ବୃଦ୍ଧି କରିବା । ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ ବୀମା ଯୋଜନାର ପରିସର ସମ୍ପ୍ରସାରଣ କରିବା।ବ୍ୟାପକ ଭାବେ ଅଧୂସୁକୃତି ପ୍ରଦାନ କରିବା।
Ad..
ରାଜ୍ୟରେ ଏକ ପ୍ରେସ ଏକାଡେମୀ ଗଠନ କରିବା। ସାମ୍ବାଦିକ ଭବନ ପାଇଁ ଆଲୋଚନା, ଦାବିପତ୍ର ପ୍ରଦାନ କରିବା ସହ ସଂଘର ସଦସ୍ୟମାନେ ବେଲପଡ଼ା ଅଞ୍ଚଳରେ ଏକ 'ସାମ୍ବାଦିକ ଭବନ' ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରସଙ୍ଗରେ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ।
Ad..
ତହସିଲଦାର ଏହି ବିଷୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସାମ୍ବାଦିକ ବନମାଳୀ ମହାଖୁଡ, ମନୋଜ ମିଶ୍ର, ଜଗଦାଶ ଭୋଇ, ନଟବର ମହାନନ୍ଦ, ପିତରାଜ ଧରୁଆ, ରଙ୍ଗାଧର ପୁଟେଲ, ମେଘନାଦ ସାହୁ ଓ ପିଣ୍ଟୁ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...






No comments