Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଭିନ୍ନକ୍ଷମ ହେମରାଜ ଙ୍କୁ ମିଳୁନି ଭିନ୍ନକ୍ଷମ ପ୍ରମାଣପତ୍ର ; ସରକାରୀ ଅଧିକାରୀଙ୍କ ଦାୟିତ୍ବହୀନତାକୁ ନେଇ ଚର୍ଚ୍ଚା ର ବିଷୟ ପାଲଟିଛି !

ଭିନ୍ନକ୍ଷମ ହେମରାଜ ଙ୍କୁ ମିଳୁନି ଭିନ୍ନକ୍ଷମ ପ୍ରମାଣପତ୍ର ; ସରକାରୀ ଅଧିକାରୀଙ୍କ ଦାୟିତ୍ବହୀନତାକୁ ନେଇ ଚର୍ଚ୍ଚା ର ବିଷୟ ପାଲଟିଛି ! ମୁରିବାହାଲ,୨୭/୦୪(ଶଙ୍କର ମାଝୀ...

ଭିନ୍ନକ୍ଷମ ହେମରାଜ ଙ୍କୁ ମିଳୁନି ଭିନ୍ନକ୍ଷମ ପ୍ରମାଣପତ୍ର ; ସରକାରୀ ଅଧିକାରୀଙ୍କ ଦାୟିତ୍ବହୀନତାକୁ ନେଇ ଚର୍ଚ୍ଚା ର ବିଷୟ ପାଲଟିଛି !


ମୁରିବାହାଲ,୨୭/୦୪(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ପାତଲପଡା ଗ୍ରାମ ର ହେମରାଜ ଙ୍କ ସରକାର ଅଗ୍ରାଧିକାର ଭିତ୍ତିରେ ଭିନ୍ନକ୍ଷମ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିବା ବେଳେ..

Ad..


କେତେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ରେ ସାମିଲ ହୋଇନପାରି ବଞ୍ଚିତ ରହିଯାଇଛନ୍ତି।

    Ad..


ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଲପଡା ଗ୍ରାମର ସ୍ବର୍ଗତ ଧନୁ ବନଛୋର ଓ ପତ୍ନୀ ଦୀପ ବନଛୋର ଙ୍କ ପ୍ରଥମ ପୁଅ ହେମରାଜ ବନଛୋର (୪୪) ଯେକି ଜନ୍ମ ରୁ ଭିନ୍ନକ୍ଷମ,କର୍ଣ୍ଣବଦ୍ଧିର, ଗୋଡହାତ ଅଚଳ, ବର୍ତ୍ତମାନ  ୪୪ ବର୍ଷ ହୋଇଥିଲେ ହେଁ ଅନ୍ୟ ର ସାହାଯ୍ୟ ବିନା କିଛି କାମ କରିପାରୁ ନାହାନ୍ତି। 

    Ad..


ଦୁଃଖର ବିଷୟ ହେମରାଜ ଙ୍କ ମାଁ ମୁରିବାହାଲ ବ୍ଲକ ରେ ହେଉଥିବା ଭିନ୍ନକ୍ଷମ ଶିବିର ନେଇ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଆଜି ପଯ୍ୟନ୍ତ ପ୍ରମାଣପତ୍ର ପାଇ ପାରିନାହାନ୍ତି ଓ ଆଧାର ପରିଚୟ ପତ୍ର,ଭୋଟର ପରିଚୟପତ୍ର ମଧ୍ୟ ଏବେ ପଯ୍ୟନ୍ତ ହୋଇନାହିଁ।

          Ad..


ଯାହା ଫଳରେ ସରକାର ଙ୍କ ସୁବିଧା ସହଯୋଗ ରୁ ବଞ୍ଚିତ ରହିଛନ୍ତି।ଏଠି ପ୍ରଶ୍ନ ଉଠୁଛି, ସଂପୃକ୍ତ ବିଭାଗ ର ଦୁଷ୍ଟିକୁ ଏହି ଭିନ୍ନକ୍ଷମ ଯୁବକ କେମିତି ଆସି ପାରିନାହାନ୍ତି ବୋଲି ପରିତାପର ବିଷୟ ଅଟେ। 

ବୁଝି ଦୁର କରିବା କଥା ହେଲେ ଯେଉଁ କାର୍ଯ୍ୟ କରିବା ପାଇଁ ସରକାର ନିଯୁକ୍ତି ଦେଇଛନ୍ତି କେବଳ କାର୍ଯ୍ୟାଳୟ ରେ ବସି ମୋଟା ଅଙ୍କରେ ଦରମା ନେଉଛନ୍ତି ହେଲେ କାମ ଶୂନ୍ୟ! 

ଦେଖାଯାଉ,ଏହି ଖବର ପ୍ରକାଶିତ ହେଲା ପରେ ମୁରିବାହାଲ ବ୍ଲକ ପ୍ରଶାସନ ଓ ବଳାଙ୍ଗିର ଜିଲ୍ଲା ପ୍ରଶାସନ ତଦନ୍ତ କରି ଭିନ୍ନକ୍ଷମ ପ୍ରମାଣପତ୍ର ହେମରାଜ ଙ୍କୁ କେବେ ପ୍ରଦାନ କରୁଛନ୍ତି ଓ ତାଙ୍କ ସାହାଯ୍ୟ ସହଯୋଗ ପାଇଁ କେବେ ହାତ ବଢାଓଛନ୍ତି ?



Edited by k.s thakur...

No comments