କଣ୍ଟାବାଞ୍ଜିରେ ମାଗଣା ସ୍ୱାସ୍ଥ୍ୟ ଓ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ... କଣ୍ଟାବାଞ୍ଜି,୨୭/୦୪(ଆଶିଷ ଅଗ୍ରୱାଲ) : କଣ୍ଟାବାଞ୍ଜିରେ ମାଗଣା ସ୍ୱାସ୍ଥ୍ୟ ଓ ଦନ୍ତ ଚିକିତ...
କଣ୍ଟାବାଞ୍ଜିରେ ମାଗଣା ସ୍ୱାସ୍ଥ୍ୟ ଓ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୭/୦୪(ଆଶିଷ ଅଗ୍ରୱାଲ) : କଣ୍ଟାବାଞ୍ଜିରେ ମାଗଣା ସ୍ୱାସ୍ଥ୍ୟ ଓ ଦନ୍ତ ଚିକିତ୍ସା ଶିବିର ଆଜି ରବିବାର ଦିନ ସଫଳତାର ସହ ଆୟୋଜିତ ହୋଇଯାଇଛି।
Ad..
ଅଖିଳ ଭାରତୀୟ ମାରୱାଡ଼ି ମହିଳା ସଙ୍ଗଠନର ସୃଜନ ଶାଖା ଏବଂ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଏହି ମହତ କାର୍ଯ୍ୟକ୍ରମ ପରିକଳ୍ପନା କରାଯାଇଥିଲା। ସ୍ଥାନୀୟ ହରିଭବନ ପରିସରରେ ରବିବାର ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ...
ଏହି ଶିବିରରେ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଆୟୁଷ ଅଗ୍ରୱାଲ,ମେଡିସିନ ବିଶେଷଜ୍ଞ ଡାକ୍ତର ଅନମୋଲ ଅଗ୍ରୱାଲ ଏବଂ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅଙ୍କିତ ଶର୍ମା ଯୋଗଦେଇ ରୋଗୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇଥିଲେ।
Ad..
ବିଶେଷ କରି ଶିବିରରେ ସୁଗାର,ବ୍ଲଡ ପ୍ରେସର,ହାଡ଼ ଓ ଗଣ୍ଠି ସମସ୍ୟା ସମେତ ଦାନ୍ତ ରୋଗର ମାଗଣା ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଥିଲା। ଅଖିଳ ଭାରତୀୟ ମାରୱାଡ଼ି ମହିଳା ସଙ୍ଗଠନ ସୃଜନ ଶାଖାର ସଂଯୋଜିକ ସଙ୍ଗୀତା ଝରୱାଲିଆ, ଅଧ୍ୟକ୍ଷ ପୁନମ ଖଣ୍ଡେଲୱାଲ,ନେହା ଅଗ୍ରୱାଲ,ସଚିବ ଅନିତା ଡାଲମିଆ ଏବଂ ସାମ୍ବାଦିକ ସଂଘ ସଭାପତି ମୋହନ ସୋନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
Ad..
କଣ୍ଟାବାଞ୍ଜି ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ହୋଇଥିବାରୁ ଶତାଧିକ ରୋଗୀ ଏହାର ସୁଫଳ ନେଇଛନ୍ତି।ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଆୟୁଷ ଅଗ୍ରୱାଲ ଶତାଧିକ ରୋଗୀଙ୍କୁ ସେବା ଯୋଗାଇବା ସହ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଣ୍ଟାବାଞ୍ଜି ଭଳି ଛୋଟ ସହରରେ ବିଶେଷଜ୍ଞ ଚିକିତ୍ସକଙ୍କ ଅଭାବ ଥିବାରୁ ଏଠାକାର ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ନିଜେ ଏକ କ୍ଷୁଦ୍ର ଗ୍ରାମରୁ ଆସିଥିବାରୁ ଗ୍ରାମାଞ୍ଚଳର ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ତାଙ୍କର ସ୍ୱପ୍ନ ଏବଂ ରୋଗୀମାନଙ୍କ ପାଖକୁ ଯାଇ ସେବା ଦେବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେହିପରି ମେଡ଼ିସିନ ବିଶେଷଜ୍ଞ ଡାକ୍ତର ଅନମୋଲ୍ ଅଗ୍ରୱାଲ୍ ନିଜର ପୁରୁଣା ସ୍ମୃତିକୁ ମନେ ପକାଇବା ସହ ରୋଗୀ ସେବା କରିବାର ଅନୁଭୂତି ବାଣ୍ଟିଥିଲେ। କଣ୍ଟାବାଞ୍ଜି ସହ ପିଲାଦିନୁ ଜଡ଼ିତ ଥିବାରୁ ଆଜି ସେହି ସ୍ଥାନକୁ ଆସି ଜଣେ ଚିକିତ୍ସକ ଭାବେ ନିଜର ଦାୟିତ୍ୱ ତୁଲାଇବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ଥିଲା ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଜିଲ୍ଲା ବିଜେପି ସମ୍ପାଦକ ପୁରନ୍ଦର ବାଗ ଅତିଥି ଭାବେ ଯୋଗ ଦେଇଥିଲେ। ସେ ମହିଳା ମାନଙ୍କର ଏପରି ମହତ ଓ ଜନକଲ୍ୟାଣକାରୀ କାର୍ଯ୍ୟକୁ ପ୍ରଶଂସା କରିବା ସହ ସମାଜ ପ୍ରତି ସେମାନଙ୍କର ଏହି ନିଷ୍ଠା ଉଲ୍ଲେଖନୀୟ ବୋଲି ମତ ଦେଇଥିଲେ।
କଣ୍ଟାବାଞ୍ଜି ସହରର ଜନ ସାଧାରଣଙ୍କୁ ସେବା ଦେଇ ଆସୁଥିବା ବ୍ରାହ୍ମଣ ସମାଜ , ପ୍ରେସ କ୍ଲବ , ମହିଳା ଜୈନ ସମାଜ , ଯୁବା ମଂଚ ସହ ସମାଜ ସେବୀ ଅଜୟ ଶର୍ମା ଓ କଣ୍ଟାବାଞ୍ଜି ଚିକିତ୍ସାଳୟର ରକ୍ତ ପରୀକ୍ଷା ଟିମ କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ସଫଳ ଆୟୋଜନ ପାଇଁ ଅଞ୍ଚଳବାସୀ ଆୟୋଜକ କମିଟିକୁ ସାଧୁବାଦ ଜଣାଇଛନ୍ତି।
Edited by k.s thakur...






No comments