ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଆଇନ ସଂସ୍କାର ନିମନ୍ତେ ୨ୟ ଅନ୍ତରୀଣ ରିପୋର୍ଟ ପ୍ରଦାନ... ଭୁବନେଶ୍ଵର,୨୮/୦୪(ନି.ପ୍ର) : ଶ୍ରୀଲିଙ୍ଗରାଜ ମନ୍ଦିରର ସଂସ୍କାର ଓ ସୁଚାରୁ ପରି...
ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଆଇନ ସଂସ୍କାର ନିମନ୍ତେ ୨ୟ ଅନ୍ତରୀଣ ରିପୋର୍ଟ ପ୍ରଦାନ...
ଭୁବନେଶ୍ଵର,୨୮/୦୪(ନି.ପ୍ର) : ଶ୍ରୀଲିଙ୍ଗରାଜ ମନ୍ଦିରର ସଂସ୍କାର ଓ ସୁଚାରୁ ପରିଚାଳନା ପାଇଁ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଆଇନ ସଂସ୍କାର ନିମନ୍ତେ ୨ୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି।
Ad..
ରିପୋର୍ଟ ପ୍ରଦାନ କଲେ କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ । ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରିଛନ୍ତି।ଏହି ରିପୋର୍ଟରେ ମନ୍ଦିର ପ୍ରଶାସନକୁ ସୁଦୃଢ଼ କରିବା, ସେବାୟତ କଲ୍ୟାଣରେ ଉନ୍ନତି ଆଣିବା ଏବଂ ଭକ୍ତଙ୍କ ପାଇଁ ସୁବିଧା ବୃଦ୍ଧି କରିବା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଛି।
Ad..
ରିପୋର୍ଟରେ ନିତିକାନ୍ତି, ସୁରକ୍ଷା, ସେବାୟତଙ୍କ ସୁବିଧା, ପ୍ରାପ୍ୟ, ଶୃଙ୍ଖଳିତ ଦର୍ଶନ ନେଇ ଉଲ୍ଲେଖ ହୋଇଛି । ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ। ଏହା ସହ ରିପୋର୍ଟରେ ଭକ୍ତ, ସେବାୟତ, ASI, ଆଇନ ବିଶାରଦଙ୍କ ମତ ରହିଛି।
Ad..
କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ କହିଛନ୍ତି, ଏହି ରିପୋର୍ଟରେ ମନ୍ଦିରର ନୀତିକାନ୍ତି, ସୁରକ୍ଷା ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଉପରେ ଦର୍ଶାଯାଇଛି। ଜାନୁଆରୀ ୨୦୨୬ରେ ପ୍ରଥମ ରିପୋର୍ଟ ଆସିଥିବା ବେଳେ, ଏହି ଦ୍ୱିତୀୟ ରିପୋର୍ଟ ମନ୍ଦିର ପରିଚାଳନାକୁ ଆହୁରି ସୁସ୍ଥିର କରିବାର ଦିଗରେ ବଡ଼ ପଦକ୍ଷେପ ମନାଯାଉଛି।
Ad..
ପୁରୀର ଜଗନ୍ନାଥ ମନ୍ଦିର ପରି ମଧ୍ୟ ଏଠାର ବ୍ୟବସ୍ଥା କରାଯିବ। ଏହି ରିପୋର୍ଟରେ ଭକ୍ତ, ସେବାୟତ, ASI ଓ ଆଇନ ବିଶେଷଜ୍ଞମାନଙ୍କ ମତାମତକୁ ସମ୍ମିଳିତ କରାଯାଇଛି। କମିଟି ଗଠନ ପରେ ମନ୍ଦିରରେ ବିଶୃଙ୍ଖଳା କମିଥିବା ଦେଖାଯାଉଛି, ଯାହା ଏହି ପଦକ୍ଷେପର ସଫଳତାକୁ ସୂଚାଉଛି।
ଆଗାମୀ ଦିନରେ ଅଧିକ ମତ ସଂଗ୍ରହ କରି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ପରେ ଏହାକୁ ଆଇନର ଆକାର ଦିଆଯିବ। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳା, ସୁରକ୍ଷା ଓ ଭକ୍ତସେବାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ।
ଜଷ୍ଟିସ୍ ଡକ୍ଟର ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଦସ୍ୟ ଭାବରେ ଦୁଇ ସଦସ୍ୟ ବିଶିଷ୍ଟ କମିଟି ପ୍ରାୟ ୧୬ ଟି ସୁପାରିଶ ଉପସ୍ଥାପନ କରିଥିଲେ। ଏଥିରେ ସଂରଚିତ ରୀତିନୀତି, ଗର୍ଭଗୃହ ଏବଂ ମନ୍ଦିର ରୋଷେଇ ଘରର ନବୀକରଣ, ଆଧୁନିକ ଆଲୋକ ସ୍ଥାପନ ଏବଂ ସେବାୟତମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ପ୍ରଚଳନ ଅନ୍ତର୍ଭୁକ୍ତ।
ମନ୍ଦିର ପରିଚାଳନା ତଦାରଖ କରିବା ଏବଂ ହୁଣ୍ଡି କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ଜଣେ ଉତ୍ସର୍ଗୀକୃତ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଥିଲା।
ପ୍ରସ୍ତାବ ଗୁଡ଼ିକ ଜମି ବିବାଦ ସମାଧାନ ଏବଂ ସେବାୟତମାନଙ୍କ ପାଇଁ ଉନ୍ନତ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକୁ ଆହୁରି ସମ୍ବୋଧିତ କରିଥାଏ। ମନ୍ଦିର ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ସହିତ ପୂଜାର୍ଚ୍ଚନାରେ ଶୃଙ୍ଖଳା ବଜାୟ ରଖିବା ଉପରେ କମିଟି ଗୁରୁତ୍ୱାରୋପ କରିଥିଲା।
Edited by k.s thakur...






No comments