ରାଜ୍ୟର ସମସ୍ତ ମଣ୍ଡଳରେ ହେବ “ଜନ ଆକ୍ରୋଶ ମହିଳା ପଦଯାତ୍ରା”: ଅନିତା ଶୁଭଦର୍ଶିନୀ ପଟ୍ଟନାୟକ...
ଭୁବନେଶ୍ଵର,୨୮/୦୪(ନି.ପ୍ର): ଆସନ୍ତାକାଲି ଭୁବନେଶ୍ୱରରେ ହେବାକୁ ଯାଉଛି ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା । ଏ ନେଇ ସୂଚନା ଦେଇଛନ୍ତି ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ।
Ad..
ସେ କହିଛନ୍ତି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ “ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ। ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା।
Ad..
ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟ ଏହାକୁ ସଂସଦରେ ପାରିତ କରେଇ ଦେଇନଥିଲା। ବିଜେଡି ଏହାକୁ ସମର୍ଥନ କରିଥିଲା। ଏଥିରୁ ବିରୋଧୀଦଳ ଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।
Ad..
ସେମାନଙ୍କ ଏହି ମହିଳା ବିରୋଧୀ ଷଡ଼ଯନ୍ତ୍ର ବିରୋଧରେ ଆକ୍ରୋଶ ପ୍ରତିଫଳିତ ହେଉଛି।ସେ ଆଉ ମଧ୍ୟ କହିଛନ୍ତି ଚାରିଆଡ଼େ ଏବେ ପ୍ରତିବାଦ ଓ ଆନ୍ଦୋଳନ କରାଯାଉଛି। ଏହି ମହିଳା ଆକ୍ରୋଶକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱଠାରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଆୟୋଜନ କରାଯାଇଥିଲା।
Ad..
ସେହିପରି ଗତ ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ “ଜନ ଆକ୍ରୋଶ ମହିଳା ସମ୍ମିଳନୀ ଓ ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି। ସମାଜର ବିଭିନ୍ନ ବର୍ଗର ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି। ଜିଲ୍ଲାସ୍ତରରେ ଏହି ମହିଳା ଆକ୍ରୋଶ ଯାତ୍ରାକୁ ବ୍ୟାପକ ସମର୍ଥନ ମିଳିବା ପରେ ଏବେ ରାଜ୍ୟର ସମସ୍ତ ମଣ୍ଡଳସ୍ତରରେ ମହିଳାମାନେ ବ୍ୟାପକ ପ୍ରତିବାଦ କରିବେ।
ଏନେଇ ୨୭ରୁ ୨୯ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟର ସମସ୍ତ ମଣ୍ଡଳରେ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଅନୁଷ୍ଠିତ ହେବ।ସମାଜର ପ୍ରତ୍ୟେକ ବର୍ଗର ମହିଳା ବହୁ ସଂଖ୍ୟାରେ ଏହି ମଶାଲ ଯାତ୍ରାରେ ସାମିଲ ହେବା ସହ ମଣ୍ଡଳସ୍ତରରେ ହେବାକୁ ଥିବା ସମ୍ମିଳନୀକୁ ବ୍ୟାପକ ସମର୍ଥନ କରିବାକୁ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ ଉପସ୍ଥିତ ଥିଲେ।
Edited by k.s thakur...





