Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌...

ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌... ଭୁବନେଶ୍ଵର,୨୮/୦୪(ନି.ପ୍ର):  ପଶ୍ଚିମ ଓଡ଼ିଶାରେ ବି.ଏଡ୍. ସାର୍ଟିଫିକେଟର ବଡ଼ ରାକେଟର ପର୍ଦ୍...

ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌...


ଭୁବନେଶ୍ଵର,୨୮/୦୪(ନି.ପ୍ର): ପଶ୍ଚିମ ଓଡ଼ିଶାରେ ବି.ଏଡ୍. ସାର୍ଟିଫିକେଟର ବଡ଼ ରାକେଟର ପର୍ଦ୍ଦାଫାସ ହୋଇଛି। ଟଙ୍କା ଦେଲେ ମିଳୁଛି ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌ । ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ରା ବି.ଏଡ୍. ସାର୍ଟିଫିକେଟ।

Ad..


ଆଶାୟୀଙ୍କୁ ମିଠା ମିଠା କଥା କହି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ଏଥିପାଇଁ ଅଫିସ୍‌ ଖୋଲି ବିଜ୍ଞାପନ ଦେଉଥିବା ଜଣାପଡିଛି। ହେଲେ ସାର୍ଟିଫିକେଟ୍‌ ଦେବାର ନାଁ ଧରୁ ନ ଥିଲେ। ସେମାନେ ହେଲେ ଚିତ୍ତରଞ୍ଜନ ବାରିକ ଓ ରୀମାରାଣୀ ଦାସ।ଏହି ଘଟଣାରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବେ ଟଙ୍କା ଦେଇ ଫସିଛନ୍ତି। 

      Ad..


ସାଇବର ଥାନାରେ କିଛି ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ୨ ଜଣଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ।ଚିତ୍ତରଞ୍ଜନ ବାରିକ ଓ ରୀମା ଦାସ ସମ୍ବଲପୁର ଜ୍ୟୋତିବିହାର-ବୁର୍ଲା ଅଞ୍ଚଳରେ “ୱାନ ୱାର୍ଲଡ ଏକାଡେମୀ” ନାମରେ ଏକ ଅଫିସ୍ ଖୋଲି ଛାତ୍ରଛାତ୍ରୀଙ୍କୁ ଆନ୍ଧ୍ର ପ୍ରଦେଶର ଆଚାର‌୍ୟ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ ସାର୍ଟିଫିକେଟ୍ କରାଇ ଦେବାର ଲୋଭ ଦେଉଥିଲେ। 

Ad..


ବିଜ୍ଞାପନ, ମିଠା କଥା ଓ ଭରସା ଦେଇ ଆଶାୟୀଙ୍କୁ ଫସାଉଥିଲେ । ପ୍ରବେଶ ଫି’ ନାମରେ ୫୦ ହଜାରରୁ ଅଧିକ ଟଙ୍କା ଆଦାୟ କରି ରସିଦ ମଧ୍ୟ ଦିଆଯାଉଥିଲା। ପରେ ସାର୍ଟିଫିକେଟ୍ ଦେବେ ବୋଲି କହିଥିଲେ । କିନ୍ତୁ ସାର୍ଟିଫିକେଟ୍ ଆଉ ମିଳିନଥିଲା।

Ad..


ଝାରସୁଗୁଡ଼ାର ଓରିଏଣ୍ଟ ଥାନା ଅଞ୍ଚଳର ପ୍ରୀତିରାଣୀ ପଣ୍ଡା ଅଭିଯୋଗ କରି କହିଛନ୍ତି ଯେ ୨୦୨୫ ଜୁଲାଇରେ ୫୫ ହଜାର ଟଙ୍କା ଦେଇଥିଲେ। ରସିଦ ମିଳିଥିଲା ଓ ଆଡମିସନ ହୋଇଥିବା କୁହାଯାଇଥିଲା। କିନ୍ତୁ ପରେ ପରୀକ୍ଷା ସମୟରେ ଆଡମିସନ ହୋଇନଥିବା କହି ଟଙ୍କା ଫେରାଇବାକୁ ମନା କରାଯାଇଥିଲା । 

ଏ ନେଇ ଗତ ୨୩ ତାରିଖରେ ଝାରସୁଗୁଡ଼ା ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଝାରସୁଗୁଡ଼ା ସାଇବର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରି  ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 

ଏହି ଠକେଇର ଚେର ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାକୁ ଲମ୍ବିଛି । ଆଗକୁ ତଦନ୍ତ ହେଲେ ଏଥିରେ ଆଉ କିଏ ସାମିଲ ଅଛନ୍ତି ତାହ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି।




Edited by k.s thakur...

No comments