ବରଗଡ଼ ଧନୁଯାତ୍ରାରେ ଏଥର କଂସ ସାଜିବେନି ସୁଶୀଲ ମେହେର, ମାନସିକ ଅଶାନ୍ତି ଯୋଗୁଁ ବର୍ଷକ ପାଇଁ ଅଭିନୟରୁ ଅବ୍ୟାହତି...

ବରଗଡ଼ ଧନୁଯାତ୍ରାରେ ଏଥର କଂସ ସାଜିବେନି ସୁଶୀଲ ମେହେର, ମାନସିକ ଅଶାନ୍ତି ଯୋଗୁଁ ବର୍ଷକ ପାଇଁ ଅଭିନୟରୁ ଅବ୍ୟାହତି...


ବରଗଡ଼,୨୭/୧୦(ବିଜୟ ସାହୁ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ସୁଶୀଲ ମେହେର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।୨୦୨୬-୨୭ ବର୍ଷ ଧନୁଯାତ୍ରାରେ ସେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
          Ad..


ଗତବର୍ଷ ତାଙ୍କ ଅଭିନୟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ମାନସିକ ଅଶାନ୍ତି ଯୋଗୁଁ ସେ ଗୋଟିଏ ବର୍ଷ ପାଇଁ ଅବ୍ୟାହତି ନେବାକୁ ନିଷ୍ପତ୍ତି ନେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।୨୦୨୫-୨୬ ବର୍ଷ ଧନୁଯାତ୍ରା ପାଇଁ ସୁଶୀଲ ମେହେର କଂସ ଭୂମିକାରେ ଅଭିନୟ କରିବାକୁ ଚୟନ ହୋଇଥିଲେ। 

Ad..


ନିୟମ ଅନୁଯାୟୀ, ଚୟନ ହୋଇଥିବା କଳାକାର ତିନି ବର୍ଷ ପର୍ଯ୍ୟନ୍ତ ଏହି ଭୂମିକାରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥାନ୍ତି। ତେବେ ଗତ ଧନୁଯାତ୍ରାରେ ତାଙ୍କ ଅଭିନୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ବିବାଦ ଦେଖାଦେଇଥିଲା।

      Ad..


ନିକଟରେ ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଥମ ବୈଠକରେ ବିଭିନ୍ନ କମିଟି ପକ୍ଷରୁ ସୁଶୀଲଙ୍କୁ କଂସ ଭୂମିକାରୁ ପରିବର୍ତ୍ତନ କରିବାକୁ ଦାବି ହୋଇଥିଲା।ଏ ସମ୍ପର୍କରେ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ଜଣାଇବାକୁ ସମିତି କହିଥିଲା।

କିନ୍ତୁ ଏହା ପୂର୍ବରୁ ସୁଶୀଲ ନିଜେ ଅଭିନୟରୁ ଗୋଟିଏ ବର୍ଷ ପାଇଁ ଅବ୍ୟାହତି ନେବାକୁ ଘୋଷଣା କରିଛନ୍ତି।ସେ କହିଛନ୍ତି ଯେ, କଂସ ଭୂମିକାରେ ଅଭିନୟ କରି ଜନସାଧାରଣଙ୍କଠାରୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇ ସେ ଗର୍ବିତ।

ତାଙ୍କୁ ପରିବର୍ତ୍ତନ ନକରିବା ପାଇଁ ମଧ୍ୟ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ଦାବି କରୁଥିବା ସେ ଗଣମାଧ୍ୟମରୁ ଜାଣିଛନ୍ତି। ଭବିଷ୍ୟତରେ ଧନୁଯାତ୍ରା ମହୋତ୍ସବ ସମିତି ପୁନର୍ବାର ସୁଯୋଗ ଦେଲେ ସେ ତାହାକୁ ଗ୍ରହଣ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।



Edited by k.s thakur...

Post a Comment

Previous Post Next Post

Tulsi nxt

Odisha Chronicle News

Ads