ପ୍ରଧାନମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ବିଜେପିର ପ୍ରତିବାଦ, ଖଡ଼ଗେ ଓ ରାହୁଲଙ୍କ କୁଶପୁତ୍ତଳିକା ଦାହ...

ପ୍ରଧାନମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ବିଜେପିର ପ୍ରତିବାଦ, ଖଡ଼ଗେ ଓ ରାହୁଲଙ୍କ କୁଶପୁତ୍ତଳିକା ଦାହ...


ଭୁବନେଶ୍ୱର,୨୭/୧୦(ନିପ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ବିବାଦୀୟ ଓ ଅଶାଳୀନ ବକ୍ତବ୍ୟକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଏହାର କଡ଼ା ପ୍ରତିବାଦ କରିଛି ରାଜ୍ୟ ବିଜେପି।

           Ad..


ରାଜନୀତିରେ ଏଭଳି ଅପମାନଜନକ ଭାଷା ପ୍ରୟୋଗ କରି ଖଡ଼ଗେ ସମସ୍ତ ମର୍ଯ୍ୟାଦାର ସୀମା ଲଙ୍ଘନ କରିଛନ୍ତି ବୋଲି ଅଭିଯୋଗ କରି ଆଜି ରାଜଧାନୀ ଭୁବନେଶ୍ୱରଠାରେ ରାଜ୍ୟ ବିଜେପି ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Ad..


ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ଏହି ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା।ଏହି ସମୟରେ ବିଜେପି କର୍ମକର୍ତ୍ତାମାନେଙ୍କ ଅଭିଯୋଗ କରିଛନ୍ତି ଯେ ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି କଂଗ୍ରେସ ଅଧ୍ୟକ୍ଷ ଯେଉଁଭଳି ହୀନ ମନ୍ତବ୍ୟ ଦେଇଛନ୍ତି ତାହାକୁ କେବେ ସହ୍ୟ କରାଯିବ ନାହିଁ । 

       Ad..


ମୋଦିଜୀଙ୍କ ବାପାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଖଡ୍‌ଗେ ସମସ୍ତ ସୀମା ଉଲ୍ଲଂଘନ କରିଛନ୍ତି।ଏହା ପୂର୍ବରୁ ମଧ୍ୟ ମୋଦିଜୀ ଏବଂ ତାଙ୍କ ପରିବାରକୁ ନେଇ କଂଗ୍ରେସ ପକ୍ଷରୁ ଅପମାନଜନକ ମନ୍ତବ୍ୟ ଦିଆଯାଇଛି।ରାଜନୀତିରେ ଏଭଳି ମନ୍ତବ୍ୟ ଦେଇ ଖଡ୍‌ଗେ ଭାଷା ଓ ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରିଛନ୍ତି।

ଏହା କେବଳ ଖଡ୍‌ଗେଙ୍କ ଭାଷା ନୁହେଁ ବରଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହତାଶା ଭାବକୁ ପ୍ରତିଫଳନ କରୁଛି। ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ସମସ୍ତଙ୍କ ଆଗରେ ଖଡ୍‌ଗେ କ୍ଷମା ମାଗନ୍ତୁ ବୋଲି ରାଜ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି।

ଏହି ପ୍ରତିବାଦ ସମୟରେ ବିଜେପି କର୍ମକର୍ତ୍ତାମାନେ “ଅସଫଳତାରୁ ଅସଭ୍ୟତା କଂଗ୍ରେସର କୁତ୍ସିତ ମାନସିକତା”, “ଅସଭ୍ୟ ହତାଶ କଂଗ୍ରେସ” ଭଳି ବିଭିନ୍ନ ପ୍ରତିବାଦୀ ନାରାବାଜି କରିବା ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏହି ବିକ୍ଷୋଭରେ ରାଜ୍ୟ ସମ୍ପାଦକ ସରୋଜ କୁମାର କର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାଏ, ମନୋଜ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ପ୍ରବକ୍ତା ଶତରୂପା ମିଶ୍ର, ତୃପ୍ତୀମୟୀ ମକଦ୍ଦମ, ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ସୁବ୍ରତ କୁମାର ବିଶ୍ୱାଳ...

ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ଅନୁଜା ନନ୍ଦ, ସାଧାରଣ ସମ୍ପାଦିକା ପ୍ରବୀଣା ଭଞ୍ଜଦେଓ, ସମ୍ପାଦିକା ନମିତା ମିଶ୍ର, ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ପ୍ରଧାନ, କଟକ ଗ୍ରାମିଣୀ ସଭାନେତ୍ରୀ ସ୍ୱାଗତା ପଟ୍ଟନାୟକ, କର୍ପୋରେଟର ଯଶୋଧରା ପ୍ରଧାନ, ବନ୍ଦିତା ପାଲଙ୍କ ସମେତ ବହୁ ମହିଳା ଓ ଯୁବ କାର୍ଯ୍ୟକର୍ତାମାନେ ସାମିଲ ହୋଇଥିଲେ।



Edited by k.s thakur...

Post a Comment

Previous Post Next Post

Tulsi nxt

Odisha Chronicle News

Ads