କୋଟିଆ ବିବାଦ: କଂଗ୍ରେସ ପ୍ରତିନିଧି ଦଳଠାରୁ ସ୍ଥିତି ସମ୍ପର୍କରେ ତଥ୍ୟ ନେଲେ କେ.ଭି. ସିଂହଦେଓ...
କୋରାପୁଟ,୨୭/୧୦(ନି.ପ୍ର): ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପ୍ରସଙ୍ଗକୁ ନେଇ ପୁଣି ତତ୍ପରତା ପ୍ରକାଶ ପାଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ କୋଟିଆ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
Ad..
ଗସ୍ତ ଶେଷ କରିବା ପରେ କଂଗ୍ରେସ ପ୍ରତିନିଧି ଦଳ କୋରାପୁଟ ସର୍କିଟ ହାଉସଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଅଖିଳେଶ ସିଂ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍ପି ରୋହିତ ବର୍ମାଙ୍କୁ ସାକ୍ଷାତ କରିଥିଲେ।
Ad..
ଏହି ଅବସରରେ କୋଟିଆ ଗସ୍ତ ସମୟରେ ସଂଗୃହୀତ ତଥ୍ୟ ଓ ସେଠାକାର ପରିସ୍ଥିତି ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଥିଲା। ଏଥିସହ କୋଟିଆର ସୁରକ୍ଷା ଓ ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କେଉଁସବୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।
Ad..
ଏହି ଆଲୋଚନା ଚାଲିଥିବା ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସର୍କିଟ ହାଉସରେ ପହଞ୍ଚିଥିଲେ। ସେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ତାଙ୍କ ସହ ଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଏବଂ କୋଟିଆ ଗସ୍ତର ଅଭିଜ୍ଞତା ଶୁଣିଥିଲେ।
କୋଟିଆର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ଗମ୍ଭୀର ଥିବା ଦର୍ଶାଇ ଆଗାମୀ ଦିନରେ କୋଟିଆକୁ ରକ୍ଷା କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରତିଶ୍ରୁତି ଦେଇଥିଲେ।
କୋଟିଆ ଭଳି ସମ୍ବେଦନଶୀଳ ସୀମାନ୍ତ ପ୍ରସଙ୍ଗରେ କଂଗ୍ରେସ ପ୍ରତିନିଧି ଦଳର ତଥ୍ୟକୁ ଉପମୁଖ୍ୟମନ୍ତ୍ରୀ ଶୁଣିବା ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହେବା ଗୁରୁତ୍ୱ ବହନ କରୁଛି।
Edited by k.s thakur...
Tags:
koraput




