ତୁରେକେଲା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ମହାସମାରୋହରେ ଗୁରୁ ଦିବସ ପାଳିତ...
ତୁରେକେଲା,୦୫/୦୯(ରୁରେନ୍ଦ୍ର ସୁନାନୀ): ସ୍ଥାନୀୟ ରାଜୀବ ଗାନ୍ଧି ପଞ୍ଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ତୁରେକେଲାରେ ଶନିବାର ପବିତ୍ର ଗୁରୁ ଦିବସ ଉତ୍ସାହ ଓ ଆନନ୍ଦର ସହିତ ମହାସମାରୋହରେ ପାଳନ କରାଯାଇଛି।
Ad..
ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ ଓ ମହାନ ଶିକ୍ଷାବିତ୍ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବରିଷ୍ଠ ଇତିହାସ ବିଭାଗ ପ୍ରାଧ୍ୟାପକ ଶ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।
Ad..
ସେ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଜଣେ ଆଦର୍ଶ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଜୀବନରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଓ ଉତ୍ତମ ଚରିତ୍ର ଗଠନରେ ମଧ୍ୟ ପ୍ରମୁଖ ଭୂମିକା ନିଭାନ୍ତି।
ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରି ଶିକ୍ଷକମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇଥିଲେ। କୁମାରୀ ସୋମି ମହାଖୁଡ଼ ଅତିଥି ପରିଚୟ ପ୍ରଦାନ କରି ସଭାର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।
Edited by k.s thakur...
Tags:
turekela



