କଣ୍ଟାବାଞ୍ଜି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁ ଦିବସ...
କଣ୍ଟାବାଞ୍ଜି,୦୫/୦୯(ନି.ପ୍ର): ଆଜି କଣ୍ଟାବାଞ୍ଜି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ଠାରେ ଅତି ଆଡ଼ମ୍ବର ରେ ଗୁରୁ ଦିବସ ପାଳନ ହୋଇଯାଇଛି।
Ad..
ନୋଡାଲ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ଜାନକୀ ରାମ ସାମବେଦମ୍ ଙ୍କ ସଭାପତିତ୍ବ ରେ ଏକ ସଭା ହୋଇ ଥିଲା ଉକ୍ତ ସଭା ରେ ନୋଡାଲ ସ୍କୁଲ୍ ର ଅଵସର ପ୍ରାପ୍ତ ପୂର୍ବ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ମନ ବୋଧ ପାଣିଗ୍ରାହି, ଶ୍ରୀମତୀ ସରସ୍ଵତୀ ଜାଲ ,ଏଵଂ ଶ୍ରୀମତୀ ସବିତା ମହାପାତ୍ର ଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଶ୍ରୀ ଦିନେଶ ମହାନନ୍ଦ କଣ୍ଟାବାଂଜୀ କ୍ଲଷ୍ଟର ସଂଯୋଜକ ସମ୍ମାନୀତ ଅତିଥି ଭାବେ ଯୋଗଦାନ ଦେଇଥିଲେ।
Ad..
ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ରାଧାକ୍ରିଷ୍ଣନ୍ ଙ୍କ ଛବି ଚିତ୍ରରେ ମାଲ୍ୟାର୍ପଣ ଦିବପ୍ରଜ୍ୱଳନ କଲା ପରେ ଅତିଥୀ ଗଣ ଗୁରୁ ଶିଷ୍ୟର ପରମ୍ପରା କୁ ନେ଼ଇ ଅଭିଭାଷଣ ରଖିଥିଲେ।
ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଲାବଣ୍ୟ ବତୀ ଧରୂଆ ଙ୍କ ସଭାପତିତ୍ବ ରେ ହୋଇଥିବା କର୍ଯ୍ୟକ୍ରମ ରେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବ୍ରଜ ମୋହନ ମିଶ୍ର ମୁଖ୍ୟଅତିଥି ହୋଇ ଥିଲେ ସ ମଧ୍ୟ ଗୁରୁ ଓ ଛାତ୍ର ଛାତ୍ରୀ ସମ୍ପର୍କ ବିଷୟ ରେ ଅଭିଭାଷଣ ପ୍ରଦାନ କରିଥିଲେ।
ଆଜିକାର କର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମୁକ୍ତା ବେଜ୍ ମଞ୍ଚ ପରିଚାଳନା କରିଥିଲେ।ସଭାରେ ଶିକ୍ଷୟିତ୍ରୀ ସୁନନ୍ଦା ପୂରୋହିତ, କାନ୍ତି ଲତା ବର୍ଗେ , ପୂଜା ଜାଲ, ଦିପାଞ୍ଜଳି ଭୋଇ, ଭାରତୀ ସାହୁ, ଶିବାନୀ ପୋଡ଼, ରମେଶ ସାହୁ ସହ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
Edited by k.s thakur...
Tags:
kantabanji



