ତୁରେକେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ...
ତୁରେକେଲା,୦୫/୦୯(ରୁରେନ୍ଦ୍ର ସୁନାନୀ): ତୁରେକେଲା ବ୍ଳକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଧୂମଧାମରେ ପାଳିତ ହୋଇଯାଇଛି।
Ad..
ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ଷୋହଳଗୋଟି ବିଦ୍ୟାଳୟରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁ ଦିବସ ପାଳିତ ହୋଇଯାଇଛି।ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲି ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
Ad..
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ଯୋଷୀ, ମମତା ପୁରୋହିତ, ସୁମିତ୍ରା ସାହୁ,ସୌମ୍ୟ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।ଶିକ୍ଷା ହେଉଛି ଗୋଟିଏ ମାଧ୍ୟମ ଯାହା ଶିଶୁକୁ ଜାଣିବାରେ ସାହାଯ୍ୟ କରିଥାଏ ବୋଲି ଅତିଥି କହିଥିଲେ।
ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ ଦିଆଯାଇଥିଲା।ସେହିପରି ମାନ୍ଦଲା ଅନ୍ତର୍ଗତ ସମରସିଂ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଥିଲା।
ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ରାଜ କିଶୋର ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ମାଝୀ ମୁଖ୍ୟ ଅତିଥି, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।
ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ପୁଷ୍ପ, ଧୂପଦୀପ ପ୍ରଦାନ କରାଯାଇଥିଲା।ତାପରେ ଛାତ୍ରଛାତ୍ରୀ ଗୁରୁ ପୂଜନ କରିଥିଲେ।ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ମାଝୀଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରୋହିତାଶ୍ୱ ନାଗ,ପୂଜା ସିପକା,ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ।
Edited by k.s thakur...
Tags:
turekela



