ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳନ...
ପଦ୍ମପୁର,୦୫/୦୯(ବିଜୟ ସାହୁ): ପଦମପୁରସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ଉତ୍ସବ ଶ୍ରଦ୍ଧା ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।
Ad..
ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାଶ,ଶ୍ରୀମତୀ ମିନତି ଦାଶ,ଶ୍ରୀଯୁକ୍ତ ସୁରେଶ ଚୌହାନ,ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ,ଶ୍ରୀଯୁକ୍ତ ଜୀବନାନନ୍ଦ ସାହୁ ,ଶ୍ରୀମତୀ ନୀଳିମା ରାଣୀ ମହାନ୍ତି, ବିଦ୍ୟାଳୟର ପୂର୍ବତନ କର୍ମଚାରୀ ବସନ୍ତ କୁମାର ବାଗ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ,ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଗୁରୁଦିବସର ମହତ୍ତ୍ୱ ଓ ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା।
ଛାତ୍ରୀମାନେ ଗୁରୁଜନଙ୍କ ପ୍ରତି ନିଜର ଭାବନା ବ୍ୟକ୍ତ କରିଥିବାବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ଛାତ୍ରୀମାନଙ୍କୁ ଶୃଙ୍ଖଳା, ପରିଶ୍ରମ ଓ ମାନବିକ ମୂଲ୍ୟବୋଧର ପଥରେ ଆଗେଇବାକୁ ପ୍ରେରଣା ଦେଇଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ
ରବୀନା ପଧାନ ସଭା ପରିଚାଳନା କରିଥିବା ବେଳେ ମଞ୍ଜୁଲତା ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷୟିତ୍ରୀ ପୂଜାରାଣୀ ନାୟକ, ସଂଯୁକ୍ତା ଭୋଇ, ମନୀଷା ଭୋଇ,ପ୍ରଭାତ କୁମାର ସାହୁ, ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ ,ଅମନ କୁମାର ପଣ୍ଡା,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର, ବୀର ହାତୀ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହାୟତା କରିଥିଲେ।
Edited by k.s thakur...
Tags:
padamapur



