ବରଗଡ଼ ଜିଲ୍ଲା ପଦ୍ମପୁର ସହର ନିକଟରେ ଦନ୍ତା ସମେତ ୩ ହାତୀ ଭୟରେ ଜନସାଧାରଣ...
ବରଗଡ଼,୦୫/୦୯(ବିଜୟ ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ବନାଞ୍ଚଳ ଅଧୀନରେ ଜନସାଧାରଣ ଙ୍କୁ ଏବେ ହାତୀ ଭୟ ଘାରୁଛି। ଲଗାତାର ଭାବରେ ଦନ୍ତା ସମେତ ୩ ହାତୀ ସହରର ପ୍ରାୟ ୧୦ କିଲୋମିଟର ପରିଧି ମଧ୍ୟରେ ଗାଁ ଗାଁ ବୁଲୁଛନ୍ତି ଫଳରେ ପଦ୍ମପୁର ସହରର ପାଖ ଆଖ ଗାଁ ଓ ସହରରେ ଏବେ ହାତୀ ଭୟ ସୃଷ୍ଟି ହୋଇଛି।
Ad..
ପଦ୍ମପୁର ସହର ନିକଟରେ ପୁରେନା ଗାଁ ଡୁଙ୍ଗୁରି ରେ ୩ଟି ହାତୀ ଥିବା ନେଇ ପଦ୍ମପୁର ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଗାଁ ଗାଁ ରେ ଲୋକ ଚାଷ ଜମି ରେ ଚାଷ କାମ କରୁଥିବା ବେଳେ ହାତୀ ଭୟ ରହୁଛି।
Ad..
ହାତୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଶେଷକରି ଚାଷୀ ଓ ମଜୁରୀ କରୁଥିବା ଲୋକମାନେ ଜଙ୍ଗଲ ଆଡ଼କୁ କିମ୍ବା ଚାଷ ଜମିକୁ ଯିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ମାସେ ଭିତରେ ୪ ଥର ହାତୀ ଦେଖାଦେଗ ସହର ମୁହାଁ ହେଉଥିବା ଆଲୋଚନା ହେଉଥିବାରୁ ପଦ୍ମପୁର ସହରରେ ଭୟ ରହୁଛି। ଆବଶ୍ୟକ ନଥିଲେ ଏହି ସମୟରେ ଜଙ୍ଗଲ କିମ୍ବା ହାତୀ ଥିବା ଅଞ୍ଚଳକୁ ନଯିବାକୁ ମଧ୍ୟ ପରାମର୍ଶ ରହିଛି। ସମସ୍ତେ ସଚେତନ ରୁହନ୍ତୁ, ଅନ୍ୟମାନଙ୍କୁ ସଚେତନ କରନ୍ତୁ ଏବଂ ହାତୀଙ୍କ ସୁରକ୍ଷା ସହ ନିଜେ ମଧ୍ୟ ସୁରକ୍ଷିତ ରୁହନ୍ତୁ ବୋଲି ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
Edited by k.s thakur...
Tags:
Bargarh



