ବିଛୁବାହାଲିରେ ଗୁରୁ ଦିବସ ମହା ଆଡମ୍ବରରେ ପାଳିତ...

ବିଛୁବାହାଲିରେ ଗୁରୁ ଦିବସ ମହା ଆଡମ୍ବରରେ ପାଳିତ...


ବେଲପଡ଼ା,୦୫/୦୯(ତ୍ରିନାଥ ବାଗ): ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।

        Ad..


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ସର୍ବପଲ୍ଲୀ ଡ. ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

Ad..


ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ପାଦ ଛୁଇଁ ପ୍ରଣାମ କରିଥିଲେ। ଗୁରୁଙ୍କ ମହତ୍ୱ ଓ ସମାଜ ଗଠନରେ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଗୁରୁଙ୍କ ପ୍ରତି ସମ୍ମାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଶ୍ରୀ ଜ୍ୟୋତିର୍ମୟ ନାଗ, ଶ୍ରୀ ପାହାନ୍ତା କୁମ୍ଭାର, ଶିକ୍ଷୟିତ୍ରୀ ଶ୍ରୀମତୀ ଗୋଦାବରୀ ମାଝୀ, ଶ୍ରୀମତୀ ମଧୁମିତା ବାବୁ, ଶ୍ରୀମତୀ ସଂଯୁକ୍ତା କିଷାନ, ସେବିକା ଶ୍ରୀମତୀ ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।



Edited by k.s thakur...

Post a Comment

Previous Post Next Post