ତୁରେକେଲା ବ୍ଳକ ସ୍ତରୀୟ ଉଲ୍ଲାସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...
ତୁରେକେଲା,୦୪/୦୯(ରୁରେନ୍ଦ୍ର ସୁନାନୀ): କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବାପାଇଁ ତୃଣମୂଳ ସ୍ତରରେ ପ୍ରଚେଷ୍ଟା ଚାଲିଛି।ପନ୍ଦର ବର୍ଷରୁ ଉର୍ଦ୍ଧ୍ବ ଯେଉଁମାନେ ଆଦୌ ପାଠ ପଢି ନାହାଁନ୍ତି ସେମାନଙ୍କୁ ସାକ୍ଷରତା କରି ମୂଖ୍ୟ ସ୍ରୋତରେ ସାମିଲ କରିବାକୁ ତୁରେକେଲା ବ୍ଳକର ଶିକ୍ଷା ବିଭାଗ ମଧ୍ୟ ଅଣ୍ଟା ଭିଡିଛି।
Ad..
ଉଲ୍ଲାସରେ ଥିବା ସମସ୍ତ ବିଷୟରେ ଅବଗତ କରେଇବା ପାଇଁ ତୁରେକେଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା।
ବିଇଓ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିରକୁ ନୋଡ଼ାଲ ଅଫିସର ବିଆରସିସି ଫକୀର ଚରଣ ବିଶି ଉଦଘାଟନ କରିଥିଲେ।ଏବିଇଓ ଜଗବନ୍ଧୁ ମାଝୀ ଚଳିତ ମାସ କୋଡ଼ିଏ ତାରିଖରେ କିଭଳି ଭାବରେ ସୁରଖୁରୁରେ ପରୀକ୍ଷା ହେବ ଏବଂ ପୂର୍ବରୁ ଶିକ୍ଷାର୍ଥୀ ଚିହ୍ନଟ, ପଞ୍ଜିକରଣ,ଟ୍ୟାଗିଂ ଓ ସର୍ଟ ଲିଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।
ସାଧନକର୍ମୀ ଗଜିନ୍ଦ୍ର ହରିଜନ,ଜଗମୋହନ ସେଠୀ ପ୍ରଶିକ୍ଷଣରେ ଉପସ୍ଥିତ ଥିବା ପଚାଶରୁ ଉର୍ଦ୍ଧ୍ବ ସରଭେୟର ଓ ସ୍ବେଚ୍ଛାସେବୀଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ହିଆଲ ସିଆରସିସି ବିରଞ୍ଚି ନାରାୟଣ ଦାଶ ସ୍ୱାଗତ ଓ ସିଆରସିସି ଦୀନେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଶିକ୍ଷଣରେ ପ୍ରଧାନ ଶିକ୍ଷକ ଅଶୋକ ତରିଆ,ସିଆରସିସି ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଗୁରୁପ୍ରସାଦ ଛତ୍ରିଆ, ଗଜୟ ଦାଶ,ଅନୁପ କୁମାର ଦାସ, କୃତିବାସ ବରିହା, ମୋହନ ବରିହା ଉପସ୍ଥିତ ଥିଲେ।
ସେହିପରି ହିଆଲ କ୍ଳଷ୍ଟର ସ୍ତରୀୟ ପ୍ରଶିକ୍ଷଣ ସିଆରସିସି ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁରଙ୍କ ଉପସ୍ଥିତିରେ ପିଏମଶ୍ରୀ ଚଟୁଅନକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା।
ସାଧନକର୍ମୀ କୃଷ୍ଣଚନ୍ଦ୍ର ପଣ୍ଡା, ବିଜୟ ତାଣ୍ଡୀ, ସୌରଭ ବେହେରା ପ୍ରଶିକ୍ଷଣ ଦେଇଥିଲେ।ମାନ୍ଦଲା କ୍ଳଷ୍ଟରର ପ୍ରଶିକ୍ଷଣ ସିଆରସିସି ଧନସିଂ ମାଝୀଙ୍କ ଉପସ୍ଥିତିରେ ମାନ୍ଦଲା ଉଚ୍ଚ ବିଦ୍ୟାଳୟ ଠାରେ ଦିଆଯାଇଥିଲା।ସାଧନକର୍ମୀ ସୁବାଷ ଧରୁଆ, ମନୋଜ ତାଣ୍ଡୀ ଓ ବୈଷ୍ଣବ ବେହେରା ପ୍ରଶିକ୍ଷଣ ଦେଇଥିଲେ।
Edited by k.s thakur...


