ପୋଲିସ ଏକାଡେମୀରେ ୧୩ଶ ତମ ବ୍ୟାଚ୍ ଉପ-ଆରକ୍ଷୀ ନିରୀକ୍ଷକ (SI) ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ...
ଭୁବନେଶ୍ୱର,୦୪/୦୯(ନି.ପ୍ର): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ୧୩ଶ ତମ ବ୍ୟାଚ୍ ଉପ-ଆରକ୍ଷୀ ନିରୀକ୍ଷକ (SI) ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି।
Ad..
୨ ବର୍ଷର କଠୋର ଟ୍ରେନିଂ ସଫଳତାର ସହ ଶେଷ କରିବା ପରେ ଏହି ବ୍ୟାଚ୍ରୁ ମୋଟ ୩୬୬ ଜଣ SI ଉତ୍ତୀର୍ଣ୍ଣ ହୋଇଛନ୍ତି, ଯେଉଁମାନେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟଭାର ଗ୍ରହଣ କରିବେ।
ଏହି ନୂତନ ଅଫିସରମାନଙ୍କ ମଧ୍ୟରେ ୭୦ ଜଣ ମହିଳା ଓ ୨୬୬ ଜଣ ପୁରୁଷ ଅଧିକାରୀ ଶପଥ ଗ୍ରହଣ କରିଛନ୍ତି। ଏହି ଦୀକ୍ଷାନ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ।
ମହିଳା ଅଫିସରଙ୍କ ବୃହତ୍ ଅଂଶଗ୍ରହଣକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ରାଜ୍ୟରେ ମହିଳା ସଶକ୍ତୀକରଣ ଏବଂ ସାମାଜିକ ପରିବର୍ତ୍ତନର ଏକ ଉଜ୍ଜ୍ୱଳ ପ୍ରତୀକ।
ପୋଲିସ ପୋଷାକ ସମ୍ବିଧାନର କ୍ଷମତା ଓ ସାମାଜିକ କର୍ତ୍ତବ୍ୟର ପ୍ରତୀକ।ତେଣୁ “ସେବା ଓ ସୁରକ୍ଷା” ମନ୍ତ୍ରକୁ ଆଧାର କରି ନିରୀହ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।ଦୁର୍ନୀତି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।
ସେ କହିଛନ୍ତି ଯେଉଁ ବିଭାଗରେ କାର୍ଯ୍ୟ କରିବେ ପ୍ରଲୋଭନ ଆସିବ, ସେଠାରୁ ଦୂରେଇ ରୁହ। ଦୁର୍ନୀତି ବିରୋଧରେ ଆମ ସରକାରଙ୍କ ଶୂନ୍ୟ ସହନଶୀଳ ନୀତି। ଦୁର୍ନୀତି କଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁର୍ନୀତିକୁ ବିଷ ମନେ କରି ଏହାଠୁ ଦୂରେଇ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।
Edited by k.s thakur...


