ନାଗରିକଙ୍କ ସୁରକ୍ଷା ଓ ଗମନାଗମନକୁ ଅଧିକ ସୁରକ୍ଷିତ କରିବା ପାଇଁ ‘ଓଡ଼ିଶା ଯାତ୍ରୀ ସେଫ୍ଟି ଆପ୍’ର ଶୁଭାରମ୍ଭ...

ନାଗରିକଙ୍କ ସୁରକ୍ଷା ଓ ଗମନାଗମନକୁ ଅଧିକ ସୁରକ୍ଷିତ କରିବା ପାଇଁ ‘ଓଡ଼ିଶା ଯାତ୍ରୀ ସେଫ୍ଟି ଆପ୍’ର ଶୁଭାରମ୍ଭ...


ଭୁବନେଶ୍ୱର,୦୪/୦୯(ନି.ପ୍ର): ନାଗରିକଙ୍କ ସୁରକ୍ଷା ଓ ଗମନାଗମନକୁ ଅଧିକ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର ଦ୍ୱାରା ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସେଫ୍ଟି ଆପ୍’ର ଶୁଭାରମ୍ଭ କରିଛନ୍ତି।

             Ad..


ଏହା ଭାରତର ପ୍ରଥମ ରାଜ୍ୟ ସରକାର ପରିଚାଳିତ ସେଫ୍ଟି ଆପ୍, ଯାହା ଯାତ୍ରୀ ଓ ଡ୍ରାଇଭରଙ୍କୁ ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ପହଞ୍ଚାଇବ।ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଓ ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଉପସ୍ଥିତ ଥିଲେ।

ବିପଦ ସମୟରେ କେବଳ ମୋବାଇଲ୍‌କୁ ହଲାଇଲେ ହିଁ SOS ଆଲର୍ଟ ସକ୍ରିୟ ହୋଇଯିବ। ଯଦି ଆପ୍‌ ଖୋଲିବା ସମ୍ଭବ ନୁହେଁ, ତେବେ ମଧ୍ୟ ଏହି ବ୍ୟବସ୍ଥା ଜରୁରୀ ସହାୟତା ମାଗିବାର ସୁଯୋଗ ଦେବ। ସେହିପରି One-Click SOS ଦବାଇଲେ ସିଧାସଳଖ ୧୧୨ ଜରୁରୀ ସେବାକୁ କଲ୍‌ ଯିବା ସହ ନିଜର ବିଶ୍ୱସ୍ତ ବ୍ୟକ୍ତିଙ୍କୁ ମଧ୍ୟ ସୂଚନା ପହଞ୍ଚିବ।

ଏହି ଆପ୍ ଯାତ୍ରୀ ଓ ଡ୍ରାଇଭର ଦୁହିଁଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ବିଶେଷକରି ମହିଳା, ବରିଷ୍ଠ ନାଗରିକ ଓ ସୁରକ୍ଷା ଦୃଷ୍ଟିରୁ ସଂବେଦନଶୀଳ ବର୍ଗଙ୍କ ମନରେ ସାଧାରଣ ପରିବହନ ପ୍ରତି ଆସ୍ଥା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।



Edited by k.s thakur...

Post a Comment

Previous Post Next Post